ପରଲୋକରେ ଅଭିନେତ୍ରୀ ପୁନମ୍ ପାଣ୍ତେ !

Poonam Pandey: ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ତେଙ୍କ ଦେହାନ୍ତ । ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି । ତେବେ ପୁନମଙ୍କର ଏପରି ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଫ୍ୟାନ୍ସ ଏତେ ସହଜରେ ଏହି ଖବରକୁ ଗ୍ରହଣ କରିପାରୁ ନାହାଁନ୍ତି । ଏବେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ମୃତ୍ୟୁର କାରଣ କ'ଣ ରହିଛି ।

ପୁନମଙ୍କ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ପୋଷ୍ଟର ଲେଖାଯାଇଛି, ଆମେ ସେୟାର କରୁଥିବା ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଆଜି ଦିନରେ ଆମେ ପୁନମ ପାଣ୍ତେଙ୍କୁ ହରାଇଛୁ । ତାଙ୍କୁ ମୃତ୍ୟୁ ଗର୍ଭାଶୟରେ କର୍କଟ ହେବା କାରଣରୁ ହୋଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିକୁ ସେ ଖୁବ ଭଲ ପାଇବା ଏବଂ ସ୍ନେହ ଶ୍ରଦ୍ଧା ଦେଇଛନ୍ତି । ଏହି ଦୁଃଖ ସମୟରେ ଆମେ ତାଙ୍କ ପରିବାରକୁ ପ୍ରାଇଭେସି ଦେବା ପାଇଁ ଅନୁରୋଧ କରୁଛୁ ।

Poonam Pandey Death News

ଏହି ପୋଷ୍ଟରେ ଅଭିନେତ୍ରୀଙ୍କ ମୃତ୍ୟୁର କାରଣ ବିଷୟରେ ଉଲ୍ଲେଖ କରାଯାଇଛି ଯେଉଁଥିରେ ଲେଖା ହୋଇଛି ଯେ ପୁଣମ୍ ପାଣ୍ଡେଙ୍କର ଗର୍ଭାଶୟ କର୍କଟ କାରଣରୁ ମୃତ୍ୟୁ ଘଟିଛି। ଏହି ପୋଷ୍ଟ ଭାଇରାଲ ହେବା ପରେ ପ୍ରଶଂସକମାନେ ଏହି ଖବରକୁ ବିଶ୍ୱାସ କରି ପାରୁନାହାଁନ୍ତି । ଅନେକ ସୋସିଆଲ ମିଡିଆ ୟୁଜର୍ ଦାବି କରିଛନ୍ତି ଯେ, ପୁଣମ୍ ପାଣ୍ଡେଙ୍କ ଆଇଡି କେହି ହ୍ୟାକ୍ କରିଛନ୍ତି । ତେବେ ଏହି ପୋଷ୍ଟଟି ଅଭିନେତ୍ରୀଙ୍କ ନିଜ ଆକାଉଣ୍ଟରୁ ସେୟାର କରାଯାଇଛି। ଏପରି ପରିସ୍ଥିତିରେ, ସତ କ'ଣ ତାହା କହିବା ଅତ୍ୟନ୍ତ କଷ୍ଟକର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+