ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ; ଇନଷ୍ଟାଗ୍ରାମରେ ଭିଡିଓ ଜାରି କରି ଦେଲେ ସୂଚନା
ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ଜୀବିତ । ଜୀବିତ ଥିବା ନେଇ ଇନଷ୍ଟାଗ୍ରାମରେ ଭିଡିଓ ଜାରି କଲେ ପୁନମ ପାଣ୍ଡେ । ସର୍ଭିକାଲ କ୍ୟାନ୍ସର ସଚେତନତା ପାଇଁ ଏପରି କରିଥିବା କହିଲେ । ମୃତ୍ୟୁ ନେଇ କାଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସର୍ଭିକାଲ କ୍ୟାନସରରେ ମୃତ୍ୟୁ ହୋଇଥିବା ପ୍ରକାଶ ପାଇଥିଲା ।
ଫେବୃଆରୀ ୨ ତାରିଖରେ ଏକ ଖବର ଆସିଥିଲା ଯେ, ପୁନମ ପାଣ୍ଡେଙ୍କର ଦେହାନ୍ତ ଘଟିଛି । ହେଲେ ବର୍ତ୍ତମାନ ଏହି ଖବର ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ବର୍ତ୍ତମାନ ପୁନମ ପାଣ୍ଡେ ନିଜେ ଲୋକମାନଙ୍କର ଏହି ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିଛନ୍ତି ।

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ, ମୁଁ ବଞ୍ଚିଛି । ମୁଁ ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ ନୁହେଁ ବୋଲି ମଧ୍ୟ ସେ ଭିଡିଓରେ କହିଛନ୍ତି ।












Click it and Unblock the Notifications