୭.୫୦ କୋଟି ଟଙ୍କାରେ ‘ପୋନିୟିନ୍ ସେଲଭାନ୍ ୧’ ର ହିନ୍ଦୀ ଭର୍ସନ ବିକ୍ରି
Ponniyin Selvanthe set to release on September 30. ସେପ୍ଟେମ୍ବରରେ ୩୦ ରିଲିଜ୍ ହେବ 'ପୋନିୟିନ୍ ସେଲଭାନ୍ ୧'
ମୁମ୍ବାଇ: ଦିନକୁ ଦିନ ଦର୍ଶକ ମଧ୍ୟରେ ସାଉଥ ଫିଲ୍ମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ସାଉଥ ସିନେମା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରବା ସହ ଫିଲ୍ମ ଦେଖିବା ପାଇଁ ମଧ୍ୟ ପସନ୍ଦ କରୁଛନ୍ତି ଦର୍ଶକ । ସାଉଥ୍ ଫିଲ୍ମ ନିର୍ମାତାମାନେ ସାଉଥ୍ ଫିଲ୍ମକୁ ପ୍ୟାନ୍ ଇଣ୍ଡିଆରେ ସାମିଲ୍ କରିବା ଏବେ ପ୍ରୟାସ ଆରମ୍ଭ କରିଛନ୍ତି । ବାହୁବଲୀ ,ପୁଷ୍ପା, ଆରଆରଆର, କେଜିଏଫ୍-୨ ପରେ ବର୍ତ୍ତମାନ ଆଉ ଏକ ନୂଆ ବିଗ୍ ବଜେଟ୍ ଚଳଚ୍ଚିତ୍ର ରିଲିଜ୍ ହେବା ପାଇଁ ଯାଉଛି । ମଣି ରତ୍ନାମଙ୍କ ଫିଲ୍ମ ପୋନିୟିନ୍ ସେଲଭାନ୍ ୧କୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି । ଐଶ୍ୱର୍ଯ୍ୟା ରାୟଙ୍କ ଲୁକ୍ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରୁଛି ।ଟିଜର ରିଲିଜ୍ ହେବା ପରଠୁ ହିଁ ଦର୍ଶକ ଫିଲ୍ମ ରିଲିଜ୍ ପାଇଁ
ଉତ୍ସାହ ସହ ଅପେକ୍ଷା କରିଛନ୍ତି ।

ସୂଚନାଅନୁସାରେ ମରୁଧର ଏଣ୍ଟରଟେନମେଣ୍ଟ ଏହି ଫିଲ୍ମର ହିନ୍ଦୀ ଡିସ୍ଟ୍ରିବ୍ୟୁସନ୍ ରାଇଟ୍ସ୍କୁ ୭.୫୦ କୋଟି ଟଙ୍କାରେ କିଣିଛି। ଫିଲ୍ମର ହିନ୍ଦୀ ଭର୍ସନ ବକ୍ସ ଅଫିସରେ ୧୫ କୋଟି ରୋଜଗାର କରିବା ମାତ୍ରେ ବ୍ରେକ୍-ଇଭନ୍ ଜୋନ୍ରେ ଏଣ୍ଟ୍ରି କରିବ। ୫୦୦ କୋଟି ଟଙ୍କା ବଜେଟରେ ନିର୍ମିତ ପୋନିୟାନ୍ ସେଲଭାନ୍ କାହାଣୀ ଦଶମ ଶତାବ୍ଦୀର ତେବେ ଫିଲ୍ମଟି ତାମିଲ, ହିନ୍ଦୀ, ତେଲୁଗୁ, କନ୍ନଡ ,ମାଲାୟାଲମ୍ ଭାଷାରେ ରିଲିଜ୍ ହେବା ପାଇଁ ଯାଉଛି । ଏହି ଫିଲ୍ମଟି ୩୦ ସେପ୍ଟେମ୍ବରରେ ରିଲିଜ୍ ହେବ ପାଇଁ ଯାଉଛି । ରିପୋର୍ଟ ଅନୁଯାୟୀ ଏହି ଫିଲ୍ମର ହିନ୍ଦୀ ଭର୍ସନର ରାଇଟ୍ସ୍ ବିକ୍ରି ହୋଇସାରିଛି ।












Click it and Unblock the Notifications