ଏହି ଦିନ ରିଲିଜ୍ ହେବା ଫିଲ୍ମ 'ପୋନିୟିନ୍ ସେଲଭାନ୍'
ଏହି ଦିନ ରିଲିଜ୍ ହେବା ଫିଲ୍ମ 'ପୋନିୟିନ୍ ସେଲଭାନ୍' ,
ମୁମ୍ବାଇ: ବିଗ୍ ବଜେଟ୍ ଫିଲ୍ମ 'ପୋନିୟିନ୍ ସେଲଭାନ୍' । ଫିଲ୍ମର କଳାକାର ,ଟିଜର୍ ,ଫାଷ୍ଟଲୁକ୍ ସବୁକିଛିକୁ ନେଇ ବେଶ୍ ଚର୍ଚ୍ଚା ଲାଗିରହିଛି । ନିକଟରେ ଏହି ଫିଲ୍ମର ପାର୍ଟ-୧ର ଟିଜର ରିଲିଜ୍ ହୋଇଥିଲା । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ଓ ଦର୍ଶକଙ୍କର ଭଲ ରେସପନ୍ସ ମଧ୍ୟ ମିଳିଥିଲା । ଏବେ ଉତ୍ସାହର ସହ ଏହି ଫିଲ୍ମର ଅପେକ୍ଷାରେ ଅଛନ୍ତି ଫ୍ୟାନ୍ସ । ଫିଲ୍ମ ଟିଜରରେ ଦମଦାର୍ ଆକ୍ସନ ସହ ଆକର୍ଷଣିୟ VFX ଦେଖିବା ପାଇଁ ମିଳିଥିଲା । ଏହି ଟିଜରକୁ ବାହୁବଲି ସହ ମଧ୍ୟ ତୁଳନା କରାଯାଇଥିଲା । ଏହାରି ମଧ୍ୟରେ ପ୍ରକାଶ ରାଜ ,ରହମାନ ଓ ଜୟଚିତ୍ରଙ୍କ ପ୍ରଥମ ଲୁକ ରଲିଜ୍ ହୋଇଯାଇଛି । ଯାହା ଦେଖିଲା ପରେ ଫିଲ୍ମ ପ୍ରତି ଦର୍ଶକଙ୍କର ଆଶା ମଧ୍ୟ ବଢିଯାଇଛି ।

ତେବେ ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ୩୦ ସେପ୍ଟମ୍ବରରେ ରିଲିଜ୍ ହେବାପାଇଁ ଯାଉଛି । ମଣି ରତ୍ନମଙ୍କ ଡ୍ରିମ୍ ପ୍ରୋଜେକ୍ଟରେ ବିକ୍ରମ ,ଐଶ୍ୱର୍ଯ୍ୟା ରାୟ ବଚ୍ଚନ ,ତ୍ରିଶା ,କାର୍ତ୍ତି ,ଜୟମ , ରବି ,ଜୟରାମ,ପାର୍ଥିବନ ,ପ୍ରକାଶ ରାଜଙ୍କ ଭଳି କଳାକାର ନଜର ଆସିବେ । ଏହି ଫିଲ୍ମର ଦୁଇଟି ଭାଗ ରହିଛି । କହାଣୀ ଲୋକଙ୍କୁ ପସନ୍ଦ ଆସିବ ବୋଲି ମଧ୍ୟ ମେକର୍ସ ଆଶା ରଖିଛନ୍ତି । ଗଣମାଧ୍ୟ ରିପୋର୍ଟ ଅନୁସାରେ ଏହି ଫିଲ୍ମ ୫୦୦ କୋଟି ଟଙ୍କାର ବିଗ୍ ବଜେଟ୍ ଫିଲ୍ମ ।












Click it and Unblock the Notifications