ଆଇମ୍ୟାକ୍ସରେ ରିଲିଜ୍ ହେବ ମଣି ରତ୍ନାମଙ୍କ ଚଳଚ୍ଚିତ୍ର ‘PS-1'
Ponniyin Selvan-I : Ponniyin Selvan-I becomes First Tamil Film To Be Released In IMAX Format .ଆଇମ୍ୟାକ୍ସରେ ରିଲିଜ୍ ହେବ ମଣି ରତ୍ନାମଙ୍କ ଚଳଚ୍ଚିତ୍ର ‘PS-1'
ମୁମ୍ବାଇ: ମଣି ରତ୍ନାମଙ୍କ ଆଗାମୀ ଚଳଚ୍ଚିତ୍ର 'PS-1' । ଏହି ଫିଲ୍ମ ପାଇଁ ଦିନକୁ ଦିନ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି । ଏବେ ଦର୍ଶକଙ୍କ ପାଇଁ ରହିଛି ଆଉ ଏକ ଖୁସି ଖବର । ଫିଲ୍ମଟି ଆଇମ୍ୟାକ୍ସରେ ରିଲିଜ୍ ହେବ । ତେବେ ଏହା ପ୍ରଥମ ତାମିଲ ଫିଲ୍ମ ଯାହା ଆଇମ୍ୟାକ୍ସରେ ରିଲିଜ୍ ହେବା ପାଇଁ ଯାଉଛି । ଦର୍ଶକ ଏହି ଫିଲ୍ମକୁ ଏବେ ଆଇମ୍ୟାକ୍ସରେ ଦେଖି ପାରିବେ । ଏହି ଖବର ଆସିବା ପରେ ଦର୍ଶକମାନେ ଉତ୍ସାହର ସହିତ ଏବେ ଫିଲ୍ମ ଅପେକ୍ଷାରେ । ତେବେ ଆଇମ୍ୟାକ୍ସର ସ୍ୱତନ୍ତ୍ରତା ହେଉଛି ଏଥିରେ ଉଚ୍ଚ ରିଜୋଲ୍ୟୁସନ୍ କ୍ୟାମେରା, ପ୍ରୋଜେକ୍ଟର୍ସ ଲାଗିଥାଏ । ଏହାର ସ୍କ୍ରିନ୍ ସାଇଜ୍ ମଧ୍ୟ ବଡ଼ ହୋଇଥାଏ ।


ଏହି ଫିଲ୍ମଟି ୫୦୦ କୋଟି ମେଗା ବଜେଟ୍ ଫିଲ୍ମ ଯାହାର ଦୁଇଟି ପାର୍ଟ ରହିଛି । ଏହି ଫିଲ୍ମର ପ୍ରଥମ ଭାଗ ସେପ୍ଟେମ୍ବରରେ ରିଲିଜ୍ ହେବା ପାଇଁ ଯାଉଛି । ନିର୍ମାତାମାନେ ଏହାର ପ୍ରଥମ ଲୁକ୍ ରିଲିଜ୍ କରିସାରିଛନ୍ତି । ଯେଉଁଥିରେ ଐଶ୍ୱର୍ଯ୍ୟା ରାୟଙ୍କୁ ଜଣେ ରାଣୀ ଲୁକରେ ଦେଖିବାକୁ ମିଳିଥିଲା । ଏହି ପୋଷ୍ଟରକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ସୋସିଆଲ ମିଡିଆରେ ଫଟୋଟି ଖୁବ ଭାଇରାଲ ମଧ୍ୟ ହୋଇଥିଲା । ଐଶ୍ୱର୍ଯ୍ୟାଙ୍କ ଆକର୍ଷଣୀୟ ଲୁକ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏବେ ଅପେକ୍ଷା ଏହି ମେଗା ବଜେଟ୍ ଫିଲ୍ମକୁ ।












Click it and Unblock the Notifications