ବିଶ୍ୱସ୍ତରରେ ୨୦୦ କୋଟି କ୍ଲବରେ ସାମିଲ ହେଲା ଫିଲ୍ମ 'ପୋନିୟିନ୍ ସେଲଭାନ୍ ୨'

PS 2 Box Office Collection: ନିର୍ଦ୍ଦେଶକ ମଣି ରତ୍ନାମଙ୍କ ଐତିହାସିକ ଫିଲ୍ମ 'ପୋନିୟିନ୍ ସେଲଭାନ୍ ୨' ଦର୍ଶକଙ୍କ ମନ ଜିଣୁଛି । ଚଳଚ୍ଚିତ୍ରଟି ଓପନିଂ ଦିନଠାରୁ ବକ୍ସ ଅଫିସରେ ରାଜ କରୁଛି ଏବଂ ଆୟ ମଧ୍ୟ ବଢିବାରେ ଲାଗିଛି । ଏହି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ସାଉଁଟୁଛି ପ୍ରଶଂସା । ଚାଲନ୍ତୁ ଦେଖିବା 'ପୋନିୟିନ୍ ସେଲଭାନ୍ 2' ପଞ୍ଚମ ଦିନରେ ଅର୍ଥାତ୍ ରିଲିଜ୍ ହେବାର ପ୍ରଥମ ମଙ୍ଗଳବାରରେ କେତେ ବ୍ୟବସାୟ କରିଛି ?

'ପୋନିୟିନ୍ ସେଲଭାନ୍ ୨'କୁ ଏହାର ପ୍ରଥମ ଭାଗ ଅପେକ୍ଷା ଅଧିକ ପସନ୍ଦ କରାଯାଉଛି ଏବଂ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ବହୁ ଦର୍ଶକଙ୍କୁ ଆକର୍ଷିତ କରୁଛି । ଏହା ସହିତ ଐଶ୍ୱର୍ଯ୍ୟା ରାୟ ଏବଂ କାର୍ଥିଙ୍କ ଏହି ଚଳଚ୍ଚିତ୍ରର କଲେକ୍ସନ ମଧ୍ୟ ବଢିବାରେ ଲାଗିଛି । ଫିଲ୍ମ ରିଲିଜ୍ ହେବାର ପଞ୍ଚମ ଦିନରେ ଅର୍ଥାତ୍ ପ୍ରଥମ ମଙ୍ଗଳବାର ଦିନ ଫିଲ୍ମର ଆୟ ମଧ୍ୟ ପ୍ରକାଶ ପାଇଛି ।

 Ponniyin Selvan 2

ରିପୋର୍ଟ ଅନୁସାରେ,'ପୋନିୟିନ୍ ସେଲଭାନ୍ 2' ପଞ୍ଚମ ଦିନରେ ଅର୍ଥାତ୍ ମଙ୍ଗଳବାର ଦିନ ଭାରତୀୟ ବକ୍ସ ଅଫିସରେ ୧୧ କୋଟି ଟଙ୍କାର ବ୍ୟବସାୟ କରିଛି । ଏହା ସହିତ ଫିଲ୍ମର ମୋଟ ଆୟ ବର୍ତ୍ତମାନ ୧୧୪.୭୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ, ନିର୍ମାତାମାନେ ଏହି ସପ୍ତାହ ଶେଷ ସୁଦ୍ଧା ଫିଲ୍ମର ୧୫୦ କୋଟି ମାର୍କ ଅତିକ୍ରମ କରିବାର ସମ୍ପୂର୍ଣ୍ଣ ଆଶା ରଖିଛନ୍ତି ।

'ପୋନିୟିନ୍ ସେଲଭାନ୍ ୨'ର ଫିବର୍ ଏବେ ଦର୍ଶକଙ୍କୁ ମତୁଆଲା କରୁଛି । ଫିଲ୍ମ ପଠାନ ପରେ 'ପୋନିୟିନ୍ ସେଲଭାନ୍ ୨'ର ଦର୍ଶକଙ୍କୁ ଇମପ୍ରେସ କରିବା ସହ ଆୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଫିଲ୍ମ ଦେଶରେ ୧୦୦ କୋଟିରୁ ଅଧିକ ରୋଜଗାର କରିସାରିଥିବା ବେଳେ ଫିଲ୍ମର ୱାର୍ଲଡ ୱାଇଡ୍ କଲେକ୍ସନ ମଧ୍ୟ ୨୦୦ କୋଟି ଅତିକ୍ରମ କରିସାରିଲାଣି । ଏପରି ସ୍ଥିତିରେ 'ପୋନିୟିନ୍ ସେଲଭାନ୍ ୨' ଆଗାମୀ ଦିନରେ ଅନେକ ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ସୂଚନାଥାଉ ଯେ, ଫିଲ୍ମ ନିର୍ମାତା ମଣି ରତ୍ନମ ଏହି ଫିଲ୍ମର ପ୍ରଥମ ଏବଂ ଦ୍ୱିତୀୟ ଭାଗର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି ଅରୁଲମୋଜି ବର୍ମନ ଏବଂ ଚୋଳ ସାମ୍ରାଜ୍ୟର ସର୍ବଶ୍ରେଷ୍ଠ ଶାସକ ରାଜା ଚୋଳ ହେବାର ଯାତ୍ରାକୁ ନେଇ ନିର୍ମିତ ହୋଇଛି । ଏହି ଫିଲ୍ମର କାହାଣୀ କାଲ୍କିଙ୍କ ଉପନ୍ୟାସର କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ବିକ୍ରମଙ୍କ ସମେତ ତ୍ରିଶା, କାର୍ତ୍ତି ଏବଂ ଜୟମ ରବି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+