ରାଣୀ ସାଜି କରିବେ ରାଜନୀତି , ସାମ୍ନାକୁ ଆସିଲା 'ମହାରାଣୀ ୨'ର ଟିଜର
Politocs in the courtof Rani "Maharani 2 " Teaser out ..ରାଣୀ ସାଜି କରିବେ ରାଜନୀତି , ସାମ୍ନାକୁ ଆସିଲା 'ମହାରାଣୀ ୨'ର ଟିଜର
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେଶି ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ନିକଟରେ ହୁମା କୁରେଶିଙ୍କ ଆଗାମୀ ୱେବ୍ ସିରିଜ୍ 'ମହାରାଣୀ ସିଜନ ୨' ର ଟିଜର ରିଲିଜ୍ ହୋଇଛି। ରାଜନୀତି ଉପରେ ଆଧାରିତ ଏହି ପ୍ରସିଦ୍ଧ ୱେବସିରିଜର ପ୍ରଥମ ଭାଗ ଅତୁଳନୀୟ ଥିଲା । ଏବେ ପୁଣି ନିର୍ମାତା ପ୍ରଶଂସକମାନଙ୍କ ପାଇଁ 'ମହାରାଣୀ ସିଜନ ୨' ରିଲିଜ୍ କରିବା ପାଇଁ ଯାଉଛନ୍ତି ।

ସୋନି ଲିଭ୍ ର ସୁପରହିଟ୍ ୱେବ୍ ସିରିଜ୍ ମହାରାଣୀର ପ୍ରଥମ ଭାଗର ସଫଳତା ପରେ, ଏହି ସିରିଜର ଦ୍ୱିତୀୟ ଭାଗ ରିଲିଜ୍ ଅପେକ୍ଷାରେ ।ବାସ୍ତବରେ 'ମହାରାଣୀ ସିଜନ ୨' ର ଟିଜର ସୋନି ଲାଇଭ ଆପରେ କିଛି ସମୟ ପୂର୍ବରୁ ମୁକ୍ତିଲାଭ କରିଛି । ଏହି ଟିଜରରେ ହୁମା କୁରେଶି ମହାରାଣୀ ଅବତାର ଚମତ୍କାର ଦେଖାଯାଉଛନ୍ତି । ହୁମାଙ୍କ ଲୁକକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ । ଟିଜର ଦେଖିବା ପରେ ଏହା ସ୍ପଷ୍ଟ ଯେ ଏଥର ହୁମା ରାଜନୀତି କ୍ଷେତ୍ରରେ ଚହଳ ସୃଷ୍ଟି କରିବା ପାଇଁ ଯାଉଛନ୍ତି । 'ମହାରାଣୀ ସିଜନ ୨' ର ଏହି ଟିଜରରେ ସୁହମ୍ ଶାହା ମଧ୍ୟ ନଜର ଆସୁଛନ୍ତି ।
ବାସ୍ତବରେ, 'ମହାରାଣୀ ୨'ର ଟିଜର ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ସିଜନ ୨ ରେ ବିହାର ମୁଖ୍ୟମନ୍ତ୍ରୀ ରାନୀ ଭାରତୀ ଅର୍ଥାତ୍ ହୁମା କୁରେଶି ଏବଂ ତାଙ୍କ ସ୍ୱାମୀ ବିମା ଭାରତୀ ଅର୍ଥାତ୍ ସୁହମ୍ ଶାହାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବା ପାଇଁ ମିଳିବ । 'ମହାରାଣୀ ୨' ଟିଜର ଦେଖିବା ପରେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ୱେବ୍ ସିରିଜ୍ ପାଇଁ ଅପେକ୍ଷା କରିଛନ୍ତି । ତେବେ ଏହାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ନିର୍ମାତା ଘୋଷଣା କରିନହାଁନ୍ତି ।କିନ୍ତୁ ଆଶା କରାଯାଉଛି ଯେ ଏହି ୱେବ୍ ସିରିଜ୍ ଅଗଷ୍ଟ ଶେଷ ସପ୍ତାହରେ ମୁକ୍ତିଲାଭ କରିବ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ











Click it and Unblock the Notifications