ସୋନାଲି ଫୋଗଟ ମୃତ୍ୟୁ ମାମଲା: 2 ମୁଖ୍ୟ ଅଭିଯୁକ୍ତଙ୍କୁ 10 ଦିନିଆ ରିମାଣ୍ଡରେ ନେଲା ପୋଲିସ
ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ହତ୍ୟା ମାମଲାରେ ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ 10 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି ।
ପାନାଜୀ: ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ହତ୍ୟା ମାମଲାରେ ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ 10 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ଆଜି ଉଭୟ ଅଭିଯୁକ୍ତ ସୁଖବିନ୍ଦର ସିଂ ଓ ସୁଧିର ସଙ୍ଗଓ୍ବାନାଙ୍କୁ କୋର୍ଟରେ ହାଜର କରାଯାଇଥିବାବେଳେ, ସେମାନଙ୍କୁ ଅଧିକ ଜେରା ପାଇଁ 10 ଦିନ ପୋଲିସ ରିମାଣ୍ଡରେ ପଠାଯାଇଛି ।

ଆଜି ରିମାଣ୍ଡରେ ଯାଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ସୋନାଲି ଫୋଗଟଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସାଙ୍ଗୱାନ୍ ଏବଂ ତାଙ୍କ ସହଯୋଗୀ ସୁଖବିନ୍ଦର ସିଂ ରହିଛନ୍ତି । ଉଭୟଙ୍କୁ ଗୋଆ ପୋଲିସ ଗିରଫ କରିଥିଲା ।
ପ୍ରଥମେ ରହସ୍ୟଜନକ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିଲା । ପରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୋନାଲି ଶରୀରରେ ଏକାଧିକ ଆଘାତର ଚିହ୍ନ ମଧ୍ୟ ଜଣା ପଡିଥିଲା । ଏହି ମାମଲାରେ 4 ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ ।












Click it and Unblock the Notifications