ଅଭିନେତା ଆଲ୍ଲୁ ଅର୍ଜୁନଙ୍କୁ ପୋଲିସ ସମନ
Allu Arjun: ପୁଣି ବଢିଲା ଅଭିନେତା ଆଲ୍ଲୁ ଅର୍ଜୁନଙ୍କ ସମସ୍ୟା । ପୁଷ୍ପା-୨ ସ୍କ୍ରିନିଂ ବେଳେ ଦଳାଚକଟା ଘଟଣାରେ ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବା ପାଇଁ ଅଭିନେତାଙ୍କୁ ପୋଲିସ ଜାରି କଲା ସମନ । ଚିକଡପଲ୍ଲୀ ପୋଲିସ ସମନ ଜାରି କରିଥିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ହାଇଦ୍ରାବାଦ ସନ୍ଧ୍ୟା ସିନେମା ହଲରେ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ସ୍କ୍ରିନଂ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଅଭିନେତାଙ୍କୁ ଗିରଫ କରାଯାଇଥିଲା । ଅଭିନେତା ଜାମିନରେ ଜେଲରୁ ବାହାରକୁ ଆସିଛନ୍ତି । ତେବେ ସିନେମା ହଲରେ ଦଳାଚକଟା ଘଟଣାରେ ଆଉ ଜଣେ ନାବାଳକ ମଧ୍ୟ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି ବର୍ତ୍ତମାନ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି ।












Click it and Unblock the Notifications