Salman Khan: ସଲମାନ ଖାନଙ୍କୁ ଇଦ୍ ଶୁଭେଚ୍ଛା ଜଣାଇବା ପଡିଲା ମହଙ୍ଗା, ପୋଲିସ କଲା ଲାଠି ଚାର୍ଜ

Salman Khan: ଆଜି ଦେଶରେ ଇଦ୍ ପାଳନ କରାଯାଇଛି । ପ୍ରତିବର୍ଷ ଏହି ଖାସ୍ ଦିନରେ ନିଜ ଫ୍ୟାନ୍ସଙ୍କୁ ଭେଟି ଶୁଭେଚ୍ଛା ଜଣାଇଥାନ୍ତି ବଲିଉଡର ଭାଇଜାନ ସଲମାନ ଖାନ । ଏଥର ମଧ୍ୟ ପ୍ରଶଂସକମାନେ ନିଜ ପ୍ରିୟ ଅଭିନେତାଙ୍କୁ ଭେଟିବା ପାଇଁ ଅଭିନେତାଙ୍କ ଘର ବାହାରେ ପହଞ୍ଚିଥିଲେ । ହେଲେ ଏଥର ଏତେ ଭିଡ଼ ବଢିଯାଇଥିଲା ପୋଲିସକୁ ଲାଠି ଚାର୍ଜ କରିବା ପାଇଁ ପଡିଥିଲା ।

ପ୍ରତିବର୍ଷ ଇଦ୍ ଅବସରରେ ଲକ୍ଷ ଲକ୍ଷ ପ୍ରଶଂସକ ସଲମାନ ଖାନଙ୍କ ଘର ବାହାରେ ଏକତ୍ରିତ ହୋଇ ତାଙ୍କୁ ଇଦ୍ ଜଣାଇଥାନ୍ତି । ଏଥର ଭିଡ଼ ଏତେ ବଢିଯାଇଥିଲା ଯେ ପୋଲିସ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିବାକୁ ପଡିଥିଲା । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Salman Khan

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କିପରି ଲୋକଙ୍କ ଉପରେ ଲାଠି ଚାର୍ଜ କରୁଛି । ଏହା ପରେ ଲୋକମାନେ ଚପଲ ଛାଡି ଖାଲି ପାଦରେ ଦୌଡି ପଳାଉଥିବାର ଦେଖିବା ପାଇଁ ମିଳୁଛି । ତେବେ ସଲମାନ ଖାନଙ୍କ ଘର ବାହାରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଏଭଳି ପଦକ୍ଷେପ ଗ୍ରହଣ କରିବା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଏପରି ଘଟଣା ଦେଖିବା ପାଇଁ ମିଳିଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇ ଲେଖିଛନ୍ତି, 'ଏହି ଲୋକମାନେ ତାଙ୍କ ଘରକୁ ଅର୍ଥାତ୍ ଆସିବା ପରିବର୍ତ୍ତେ ମନ୍ଦିର କିମ୍ବା ମସଜିଦକୁ ଯିବା ଭଲ।' ଏହି ବର୍ଷ ମଧ୍ୟ ଅଭିନେତାଙ୍କର ଅନେକ ଚଳଚ୍ଚିତ୍ର ରିଲିଜ୍ ଅପେକ୍ଷାରେ ଅଛି ଯେଉଁଥିରେ 'କିକ୍ 2', ଦବଙ୍ଗ 4 ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+