For Quick Alerts
Turn On Notification  
For Daily Alerts
Oneindia App Download

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ବିବୃତ୍ତି, 'ବୟକଟ୍ ବଲିଉଡ' ଉପରେ ଲାଗିବ ବ୍ରେକ୍

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ବିବୃତ୍ତି, 'ବୟକଟ୍ ବଲିଉଡ' ଉପରେ ଲାଗିବ ବ୍ରେକ୍ ।

|

ମୁମ୍ବାଇ: ଦୀର୍ଘ ସମୟ ଧରି ସୋସିଆଲ ମିଡିଆରେ 'ବୟକଟ୍ ବଲିଉଡ' ଡ୍ରେଣ୍ତ କରୁଛି । ଯାହାର ପ୍ରଭାବ ସିଧାସଳଖ ହିନ୍ଦୀ ଚଳଚ୍ଚିତ୍ର ଉପରେ ପଡୁଛି । ଧିରେ ଧିରେ ବଲିଉଡ ଫିଲ୍ମର ଚାହିଦା ମଧ୍ୟ କମୁଥିବାର ଦେଖିବା ପାଇଁ ମିଳୁଛି । ଶେଷରେ ଦେଶର ପ୍ରଧାନମନ୍ତ୍ରୀ ବଲିଉଡ ସପକ୍ଷରେ ମୁହଁ ଖୋଲିଛନ୍ତି । ବର୍ତ୍ତମାନ ସୁପରଷ୍ଟାର ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ' କୁ ନେଇ ଅନେକ ବିବାଦ ଲାଗି ରହିଛି । ବିଜେପି ନେତା ନରୋତ୍ତମ ମିଶ୍ର ଏହି ଚଳଚ୍ଚିତ୍ରର ଗୀତ ତଥା ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଗେରୁଆ ରଙ୍ଗର ବିକିନି ଉପରେ ଆପତ୍ତି କରିସାରିଛନ୍ତି । ଏହି ସମୟରେ 'ପଠାନ' ରିଲିଜ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦଳର କର୍ମୀ ଏବଂ ନେତାମାନଙ୍କୁ ଚଳଚ୍ଚିତ୍ର ବିଷୟରେ କୌଣସି ମତ ନ ଦେବା ପାଇଁ ପରାମର୍ଶ ଦେଇଛନ୍ତି ।

PM Modi

'ପଠାନ' ରିଲିଜ ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ବିବୃତ୍ତି

ପିଟିଆଇ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ନିଜ ଦଳକୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ କହିଛନ୍ତି ଯେ, 'ଅର୍ଥହୀନ ପ୍ରସଙ୍ଗ ଯେପରି ଫିଲ୍ମକୁ ନେଇ ଅନାବଶ୍ୟକ ମନ୍ତବ୍ୟ ଦେବାର ଆବଶ୍ୟକତା ନାହିଁ । ଯଥାସମ୍ଭବ ଏହାକୁ ଏଡାଇବା ଭଲ । ଏହି ମନ୍ତବ୍ୟଗୁଡିକ ଦଳର ବିକାଶ ଏଜେଣ୍ଡା ଉପରେ ପ୍ରଭାବ ପକାଉଛି ।

ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅତୀତରେ ଭାରତୀୟ ଜନତା ପାର୍ଟିର ଅନେକ ନେତା ଚଳଚ୍ଚିତ୍ର ସମ୍ବନ୍ଧରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ସାଉଁଟିଛନ୍ତି । ଯେଉଁଥିପାଇଁ ଅନେକ ବିବାଦ ମଧ୍ୟ ଦେଖିବା ପାଇଁ ମିଳିଛି । ଏଭଳି ପରିସ୍ଥିତିରେ, ପିଏମ ମୋଦୀଙ୍କ ଏହି ବିବୃତ୍ତି ପରେ ବଲିଉଡ ଉପରେ ବୟକଟ୍ ଟ୍ରେଣ୍ତର କ'ଣ ପ୍ରଭାବ ପଡୁଛି ତାହା ଦେଖିବା ବାକି ରହିଲା ।

ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ'କୁ ନେଇ ଦେଶରେ ବିବାଦ ଲାଗି ରହିଛି । ଯେଉଁଥିପାଇଁ 'ପଠାନ' ରିଲିଜ୍ ଦିନ ଦେଶରେ ହଙ୍ଗାମା ହେବାର ଆଶଙ୍କା ରହିଛି । ହେଲେ ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀଙ୍କର ଏହି ବିବୃତ୍ତି ପରେ ପରିସ୍ଥିତି କିଛି ଭିନ୍ନ ରହିବ ବୋଲି ଆଶଙ୍କା କରାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
PM Modi on boycott Bollywood: PM Modi's big statement to BJP leaders and workers to no comments on issues likes movies and Bollywood.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X