ଯୁଦ୍ଧ କ୍ଷେତ୍ରରେ ନଜର ଆସିଲେ ଇଶାନ୍ ଖଟ୍ଟର , ୧୯୭୧ ମସିହାର ଓ୍ୱାର ଉପରେ ଆଧାରିତ ଚଳଚ୍ଚିତ୍ର 'ପିପ୍ପା'

PIPPA TEASER OUT :Ishan Khattar leads Soldiers ,Based on 1971 warଯୁଦ୍ଧ କ୍ଷେତ୍ରରେ ନଜର ଆସିଲେ ଇଶାନ୍ ଖଟ୍ଟର , ୧୯୭୧ ମସିହାର ଓ୍ୱାର ଉପରେ ଆଧାରିତ ଚଳଚ୍ଚିତ୍ର 'ପିପ୍ପା'

ମୁମ୍ବାଇ: ସ୍ୱାଧୀନତା ଦିବସର ଏହି ବିଶେଷ ଅବସରରେ ଇଶାନ ଖଟ୍ଟର ଏବଂ ମୃନାଲ ଠାକୁରଙ୍କ ଫିଲ୍ମ 'ପିପ୍ପା'ର ଟିଜର ରିଲିଜ୍ ହୋଇଛି । ଫିଲ୍ମ ଟିଜରରେ ଇଶାନ ଖଟ୍ଟର ଧମାକେଦାର ଅନ୍ଦାଜରେ ନଜର ଆସୁଛନ୍ତି । ଏହି ଟିଜରରେ ଦେଶ ପ୍ରେମର ରଙ୍ଗ ସ୍ପଷ୍ଟ ଦେଖାଯାଉଛି । ପିପ୍ପା ଏକ ଓ୍ବାର ଚଳଚ୍ଚିତ୍ର । ରାଜା କୃଷ୍ଣ ମେନନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି "ଦ ବର୍ନିଂ ଚାଫିସ୍" ପୁସ୍ତକ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁବାଲା ଏବଂ ସିଦ୍ଧାର୍ଥ ରୟ କପୁରଙ୍କ ଦ୍ବାରା ନିର୍ମିତ ।

ISHAN KHATAR

ଇଶାନ ଖଟ୍ଟର ଏବଂ ମୃନାଲ ଠାକୁର ନିଜ ସୋସିଆଲ ଇନଷ୍ଟାଗ୍ରାମରେ ଫିଲ୍ମ 'ପିପ୍ପା'ର ଟିଜର ସେୟାର କରିଛନ୍ତି । ୧ ମିନିଟ ୦୭ ସେକେଣ୍ଡର ଏହି ଭିଡିଓରେ ଦର୍ଶାଯାଇଛି ଯେ ୩ ଡିସେମ୍ବର ୧୯୭୧ରେ ଦେଶର ଯବାନଙ୍କ ସମେତ ସମଗ୍ର ଦେଶ ରେଡିଓରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କଥା ଶୁଣୁଛନ୍ତି, ଯେଉଁଥିରେ ସେ କିଛି ଘଣ୍ଟା ପୂର୍ବରୁ ପାକିସ୍ତାନ ଭାରତୀୟ ଏୟାର ଫିଲ୍ଡରେ ଏୟାର ଷ୍ଟ୍ରାଇକ୍ କରିଥିବା ଘଟଣା ବିଷୟରେ ସୂଚନା ଦେଉଛନ୍ତି । ଏହା ସହ ସେ ପାକିସ୍ତାନ ସହ ଯୁଦ୍ଧର ଘୋଷଣା ମଧ୍ୟ କରୁଛନ୍ତି । ଟିଜର ମୃନାଲ ଠାକୁର ଏବଂ ଇଶାନ ଖଟ୍ଟରଙ୍କୁ ଦେଖିବା ପାଇଁ ମିଳୁଛି । ଟିଜରରେ ଯୁଦ୍ଧ କ୍ଷେତ୍ରରେ ନଜର ଆସୁଛନ୍ତି ଇଶାନ । 1971 ମସିହାର ଓ୍ବାର ଉପରେ ଆଧାରିତ ଏହି ଫିଲ୍ମରେ ସୋନି ରାଜଦାନ ଏବଂ ପ୍ରିୟଙ୍କା ପେନୟୁଲି ମଧ୍ୟ ନଜର ଆସିବେ ।

ଏହି ଟିଜର ଭିଡିଓରେ ଅଭିନେତାଙ୍କୁ ଧମଦାର୍ ଅନ୍ଦାଜ୍ ଦେଖିବା ପାଇଁ ମିଳୁଛି । ଟିଜର ସହ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ୨ ଡିସେମ୍ବର ୨୦୨୨ରେ ଇଶାନ ଖଟ୍ଟରଙ୍କ ଫିଲ୍ମ 'ପିପ୍ପା' ସିନେମା ହଲରେ ରିଲିଜ୍ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+