ଶାରିରୀକ ଆକର୍ଷଣ ବଢାଏ ସଂପର୍କର ଆୟୁ: ଜୟା ବଚ୍ଚନ

ଶାରିରୀକ ଆକର୍ଷଣ ବଢାଏ ସଂପର୍କର ଆୟୁ: ଜୟା ବଚ୍ଚନ

ମୁମ୍ବାଇ: ସମ୍ପର୍କର ଦୀର୍ଘାୟୁ ପାଇଁ 'ଶାରୀରିକ ଆକର୍ଷଣ' ଆବଶ୍ୟକ ... ଏଭଳି ବିବୃତ୍ତି ଦେଇଛନ୍ତି ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ । ଅଭିନେତ୍ରୀ ନାତୁଣୀ ନବ୍ୟାଙ୍କ ସହ ପୋଡକାଷ୍ଟରେ କଥାବାର୍ତ୍ତା କରୁଥିବା ବେଳେ ବୋଲ୍ଡ ରିଲେସନଶିପ୍‌ ବିଷୟରେ ତାଙ୍କୁ ଏପରି ପରାମର୍ଶ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅଭିନେତ୍ରୀ କହିଛନ୍ତି ଯେ 'କୌଣସି ସମ୍ପର୍କ ଦୀର୍ଘ ଦିନ ଧରି ରହିବା ପାଇଁ ଫିଜିକାଲ ଆଟ୍ରାକସନ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରିଲେଶନସିପ୍‌ରେ ଶାରୀରିକ ସମ୍ପର୍କ ରହିବା ଆବଶ୍ୟକ । କୌଣସି ସମ୍ପର୍କ ପାଇଁ ପ୍ରେମ, ଆଡଜଷ୍ଟମେଣ୍ଟ କେବଳ ଯଥେଷ୍ଟ ନୁହେଁ । କେବଳ ଏତିକି ନୁହେଁ ଜୟା ବଚ୍ଚନ ଏହା ମଧ୍ୟ କହିଛନ୍ତି ଯେ ନାତୁଣୀ ନବ୍ୟା ଯଦି ବିବାହ ନକରି ମା' ହୁଅନ୍ତି, ତା'ହେଲେ ଏଥିରେ ତାଙ୍କର କୌଣସି ଅସୁବିଧା ହେବ ନାହିଁ ।

Jaya Bachchan

ଜୟା ବଚ୍ଚନା ଏହା ମଧ୍ୟ କହିଛନ୍ତି ଯେ 'ମୋ ମୁହଁରୁ ଏପରି କଥା ଶୁଣି ଅନେକ ଲୋକଙ୍କୁ ଅଜବ ଲାଗିବ । କିନ୍ତୁ ଶାରୀରିକ ଆକର୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ସମୟରେ ଆମେ ଏପରି କିଛି କରିପାରିଲୁ ନାହିଁ, କିନ୍ତୁ ଆଜିର ପିଢି ଏହା କରୁଛନ୍ତି ଏବଂ କାହିଁକି ବା କରିବେ ନାହିଁ ? ସମ୍ପର୍କର ଦୀର୍ଘ ଜୀବନ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶାରୀରିକ ଆକର୍ଷଣ ବା ଶାରୀରିକ ସମ୍ପର୍କ ଯାହା ନଥିଲେ ସମ୍ପର୍କ ଅଧିକ ଦିନ ତିଷ୍ଠି ରହି ପାରିବ ନାହିଁ ।

ବଲିଉଡର ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନ । ନିଜ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ସହ ସେ ଏକ ଖାସ୍ ବଣ୍ଡ ସେୟାର କରନ୍ତି । ଜୟା ପ୍ରାୟତଃ ନବ୍ୟା ବିଷୟରେ ନିଜର ମତ ଦିଅନ୍ତି । ହେଲେ ବର୍ତ୍ତମାନ ଜୟା ବଚ୍ଚନ ତାଙ୍କ ନାତୁଣୀକୁ କିଛି ସମ୍ପର୍କ ବିଷୟରେ ପରାମର୍ଶ ଦେଇଛନ୍ତି, ଯାହାକୁ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ କିଛି ଏହି ଉପଦେଶ ପାଇଁ ଜୟାଙ୍କର ନିନ୍ଦା କରୁଥିବା ବେଳେ କିଛି ୟୁଜର୍ସ ଅଭିନେତ୍ରୀଙ୍କ ଚିନ୍ତାଧାରାକୁ ପ୍ରଶଂସା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+