Phone Bhoot Song:କ୍ୟାଟ୍ରିନାଙ୍କ ବାର୍ବି ଲୁକ ଜିଣିଲା ଦର୍ଶକଙ୍କ ମନ, ୨୩ ସେକେଣ୍ତର ଟିଜର କରୁଛି ଟ୍ରେଣ୍ତ୍

Phone Bhoot Song:କ୍ୟାଟ୍ରିନାଙ୍କ ବାର୍ବି ଲୁକ ଜିଣିଲା ଦର୍ଶକଙ୍କ ମନ, ୨୩ ସେକେଣ୍ତର ଟିଜର କରୁଛି ଟ୍ରେଣ୍ତ୍

ମୁମ୍ବାଇ:ପୁଣି ଚମକିଲେ କ୍ୟାଟ୍ରିନା କୈଫ୍ । ରେଡ୍ ଡ୍ରେସରେ ଜିଣିଲେ ଦର୍ଶକଙ୍କ ମନ । ହଟ୍ ଲୁକ ଦେଖି ଫ୍ୟାନ୍ସ କହିଲେ 'କିନ୍ନା ସୋନା' । ଫିଲ୍ମ 'ଫୋନ୍ ଭୁତ'କୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଛି । ଏହି ଚଳଚ୍ଚିତ୍ରରେ ଅଭିନେତା ସିଦ୍ଧାନ୍ତ ଚାତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ କ୍ୟାଟ୍ରିନା । ଏହାରି ମଧ୍ୟରେ ଆଜି ଫିଲ୍ମର ପ୍ରଥମ ଗୀତ 'କିନ୍ନା ସୋନା' ରିଲିଜ୍ ହୋଇ ଯାଇଛି । ଯେଉଁଥିରେ ଏହି ତିନି ଷ୍ଟାରଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି ।

Phone Bhoot Song

କମେଡି ହରର ଉପରେ ଆଧାରିତ ଏହି ଫିଲ୍ମର ପ୍ରଥମ ଗୀତରେ କ୍ୟାଟ୍ରିନାଙ୍କର ଏକ ଭିନ୍ନ ଅନ୍ଦାଜ୍ ଦେଖିବା ପାଇଁ ମିଳୁଛି । 'କିନ୍ନା ସୋନା' ଗୀତଟି ଆଜି ରିଲିଜ୍ ହୋଇଛି । ଯେଉଁଥିରେ ଅଭିନେତ୍ରୀ ରେଡ୍ ଡ୍ରେସରେ ବାର୍ବି ଲୁକରେ ନଜର ଆସୁଛନ୍ତି । କ୍ୟାଟ୍ରିନାଙ୍କର ଗ୍ଲାମର ଲୁକ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ଏହି ଗୀତଟିକୁ ଫିଲ୍ମର ସମସ୍ତ ଷ୍ଟାର ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏହି ଗୀତକୁ ଏ ପର୍ଯ୍ୟନ୍ତ ଦର୍ଶକଙ୍କର ଭଲ ରେସପନ୍ସ ମିଳୁଛି । ବିବାହ ପରେ ଏହା କ୍ୟାଟ୍ରିନାଙ୍କର ପ୍ରଥମ ଫିଲ୍ମ । ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୪ରେ ପ୍ରେକ୍ଷାଳୟରେ ରିଲିଜ ହେବ । ଗୁରୁମିତ ସିଂ ଫିଲ୍ମର ନିର୍ଦ୍ଦେଶନା ଦାଇତ୍ୱ ତୁଳାଉଥିବା ବେଳେ ଫିଲ୍ମଟିକୁ ରବି ଶଙ୍କରନ୍ ଏବଂ ଜସବିନ୍ଦର ସିଂ ବାଥ ଲେଖିଛନ୍ତି ।


ସେପଟେ ଅଭିନେତ୍ରୀଙ୍କ ହାତରେ ଏବେ ଅନେକ ବଡ ପ୍ରୋଜେକ୍ଟ ରହିଛି । କମେଡି ହରର ସିନେମା 'ଫୋନ୍ ଭୂତ' ବ୍ୟତିତ ସେ 'ମେରୀ ଖ୍ରୀଷ୍ଟମାସ'ରେ ମଧ୍ୟ ନଜର ଆସିବେ । ଯେଉଁଥିରେ ତାଙ୍କ ସହ ବିଜୟ ସେତୁପତିଙ୍କ ନଜର ଆସିବେ । ଏହାସହ ସଲମାନ ଖାନଙ୍କ ସହ 'ଟାଇଗର ୩'ରେ ମଧ୍ୟ କ୍ୟାଟ୍ରିନାଙ୍କୁ ଦେଖିବା ପାଇଁ ମିଳିବ ଯାହା ଆସନ୍ତାବର୍ଷ ଏପ୍ରିଲ ୨୩ରେ ପରଦାକୁ ଆସିବ । କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ରଣବୀର କପୁରଙ୍କର କିଛି ଫୋଟ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+