ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଅଡୁଆରେ ପାୟଲ ରୋହତଗୀ: ରୁଜୁ ହେଲା ମାମଲା
ମୁମ୍ବାଇ: ଅଭିନେତ୍ରୀ ପାୟଲ ରହତୋଗି ପୁଣି ଛନ୍ଦି ହୋଇଛନ୍ତି ବିବାଦରେ । ଯାହା ଜଣା ପଡୁଛି ବିବାଦ ଅଭିନେତ୍ରୀ ପାୟଲ ରୋହତଗିଙ୍କର ପିଛା ଛାଡୁନି। ସାମାଜିକ ଗଣ ମାଧ୍ୟମରେ ଏକ ବିବାଦୀୟ ଭିଡିଓ ସେୟାର କରିଥିବାରୁ ତାଙ୍କ ବିରୋଧରେ ପୁନେରେ ଏକ ମାମଲା ଦାୟର କରାଯାଇଛି।

ସୂଚନା ଅନୁଯାୟୀ ଭିଡିଓରେ ସେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ବିରୋଧରେ ସେ ଅନୁପଯୁକ୍ତ ଭାଷା ବ୍ୟବହାର କରିଥିଲେ। ଏହି ଭିଡିଓ ଯୋଗୁଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁନେ ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ସଂଗୀତା ତିୱାରି ଏନେଇ ଶିବାଜି ନଗର ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଆଇପିସିର ଧାରା ୧୫୩ (ଏ), ୫୦୦, ୫୦୫ (୨), ୩୪ ଅନୁସାରେ ମାମଲା ରୁଜୁ ହୋଇଛି । ପାୟଲ ରୋହତଗି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ପ୍ରସଙ୍ଗ ଉପରେ ମତାମତ ଜାରି ରଖିଥିବା ବେଳେ ସାମାଜିକ ଗଣ ମାଧ୍ୟମରେ ପାୟଲଙ୍କ ମତମତ କୁ ନେଇ ମିଶ୍ରିତ ପ୍ରତିକ୍ରିୟା ଜାରି ରହିଛି।












Click it and Unblock the Notifications