୨୦୦ କୋଟି ଟଙ୍କା ଠକେଇ ମାମଲା: ପଟିଆଲା କୋର୍ଟରୁ ଅଭିନେତ୍ରୀ ଜ୍ୟାକଲିନଙ୍କୁ ବଡ଼ ଆସ୍ୱସ୍ତି
୨୦୦ କୋଟି ଟଙ୍କା ଠକେଇ ମାମଲା: ଜ୍ୟାକଲିନଙ୍କୁ ମିଳିଲା ଆସ୍ୱସ୍ତି
ମୁମ୍ବାଇ: ମହାଠକ ମୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଆଜି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟ ତପରଫରୁ ଆସ୍ୱସ୍ତି ମିଳିଛି । ଏହି ମାମଲାରେ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ ଜ୍ୟାକଲିନ୍ । କୋର୍ଟ ତରଫରୁ ଜ୍ୟାକଲିନଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଇଡି ତରଫରୁ ସମ୍ପୁର୍ଣ୍ଣ ଦସ୍ତାବିଜ ଦାଖଲ କରାନଯାଇ ପାରିବାରୁ ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କ ଅନ୍ତରୀଣ ଜାମିନ ଅବଧିକୁ ବଢାଇ ଦେଇଛନ୍ତି । ଶୁଣାଣି କ୍ରମରେ କୋର୍ଟ ଇଡିକୁ ଦସ୍ତାବିଜ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଦସ୍ତାବିଜ୍ ଦାଖଲ କରିବା ପାଇଁ ଇଡି କୋର୍ଟକୁ ଅଧିକ ସମୟ ମାଗିଥିଲେ । ଯେଉଁଥି ପାଇଁ ଏହି ମାମଲାର ଶୁଣାଣି ପାଇଁ ପୁଣି ଏକ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏହା ସହ କୋର୍ଟ ପକ୍ଷରୁ ଜ୍ୟାକଲିନଙ୍କୁ ମିଳିଥିବା ଅନ୍ତରୀଣ ଜାମିନର ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଏହି ମାମଲାରେ ଅଗଷ୍ଟ ୧୭ରେ ଇଡି ତରଫରୁ ପଡିଆଲା କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଯେଉଁଥିରେ ଜ୍ୟାକଲିନ୍ 200 କୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ପରେ କୋର୍ଟ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଥିଲା । ଟଙ୍କା ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ହେବା ପରେ ଜ୍ୟାକଲିନଙ୍କ ଓକିଲ ଜାମିନ ଆବେଦନ କରିଥିଲେ।
ଜ୍ୟାକଲିନଙ୍କ ଷ୍ଟାଇଲିଷ୍ଟଙ୍କୁ ପଚରାଉଚରା କରାଯାଇଥିଲା
ସେପ୍ଟେମ୍ବର ୨୧ରେ ଦିଲ୍ଲୀ ପୋଲିସର EWO ସାତ ଘଣ୍ଟା ଧରି ଜ୍ୟାକନିଲ ଫର୍ଣ୍ଣାଣ୍ଡିଜଙ୍କ ଡ୍ରେସ ଡିଜାଇନର୍ Lipakshiଙ୍କୁ ପଚରାଉଚରା କରାଯାଇଥିଲା । ଯେଉଁଥିରେ ସେ ସୁକେଶ ଏବଂ ଜ୍ୟାକଲିନଙ୍କ ବିଷୟରେ ଅନେକ ତଥ୍ୟ ପ୍ରକାଶ କରିଥିଲେ । ଜ୍ୟାକଲିନଙ୍କୁ ପୋଷାକ ଏବଂ ଉପହାର ଦେବା ପାଇଁ ସୁକେଶ ତାଙ୍କୁ ତିନି କୋଟି ଟଙ୍କା ଦେଇଥିଲେ ବୋଲି ପୋଲିସକୁ ସୂଚନା ଦେଇଥିଲେ ଷ୍ଟାଇଲିଷ୍ଟ । Lipakshi ଏହା ମଧ୍ୟ କହିଥିଲେ ଯେ ସୁକେଶ ଚନ୍ଦ୍ରଶେଖରଙ୍କୁ ଗିରଫ କରାଯିବା ପରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ତାଙ୍କର ସମସ୍ତ ସମ୍ପର୍କ ଛିନ୍ନ ହୋଇଥିଲା ।












Click it and Unblock the Notifications