Get Updates
Get notified of breaking news, exclusive insights, and must-see stories!

'ପଠାନ୍' ଟ୍ରେଲରରେ ଝଲସିବ ଆଇକନିକ ବୁର୍ଜ ଖଲିଫା

'ପଠାନ୍' ଟ୍ରେଲରରେ ଝଲସିବ ଆଇକନିକ ବୁର୍ଜ ଖଲିଫା

ମୁମ୍ବାଇ: କିଙ୍ଗ୍ ଖାନ ଶାହରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପଠାନ' ପାଇଁ କିଛି ଦିନ ହେଲା ଲାଇମଲାଇଟରେ ଅଛନ୍ତି । ବର୍ତ୍ତମାନ ଶାହାରୁଖ ଫିଲ୍ମ ପ୍ରମୋସନରେ ବିଜି ଅଛନ୍ତି । ଏହାରି ମଧ୍ୟରେ ଶୁକ୍ରବାର ଦିନ ଅଭିନେତା ଆନ୍ତର୍ଜାତୀୟ ଲିଗ୍ ଟି -20 (ILT20) ପାଇଁ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ପହଞ୍ଚିଥିଲେ । ଉଦଘାଟନୀ ସମାରୋହରୁ ତାଙ୍କର ଫୋଟ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଷ୍ଟାଡିୟମରେ ପହଞ୍ଚିବା ପରେ ଶାହାରୁଖ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ'ର ଡାଇଲଗ୍ କହି ପ୍ରଶଂସକଙ୍କର ମନୋରଞ୍ଜନ କରିଥିଲେ । ସୂଚନା ଅନୁସାରେ ଆଜି ବୁର୍ଜ ଖଲିଫାରେ 'ପଠାନ' ଟ୍ରେଲରର ସ୍କ୍ରିନିଂ କରାଯିବ ।

pathan

ୟଶ ରାଜ ଫିଲ୍ମସର ସୂଚନା ଅନୁସାରେ ଜାନୁଆରୀ ୧୪ରେ ଦୁବାଇର ଆଇକନିକ ବୁର୍ଜ ଖଲିଫାରେ 'ପଠାନ'ର ଟ୍ରେଲରର ସ୍କ୍ରିନିଂ କରାଯିବ । ୟଶ ରାଜ ଫିଲ୍ମର ଟ୍ୱିଟରରେ ଏ ବିଷୟରେ ସୂଚନା ମଧ୍ୟ ଦିଆଯାଇଛି ।

ଆନ୍ତର୍ଜାତୀୟ ଲିଗ୍ ଟି -20 (ILT20) ଇଭେଣ୍ଟରେ ଶାହାରୁଖ ଖାନ କଳା ଟି-ସାର୍ଟ ଏବଂ କଳା ପ୍ୟାଣ୍ଟରେ ନଜର ଆସିଥିଲେ । କିଙ୍ଗ୍ ଖାନଙ୍କର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମରେ ଶାହରୁଖଙ୍କ ବ୍ୟତିତ ଗାୟକ ଜେସନ ଡେରୁଲୋ, ରାପର ବାଦଶାହ ଏବଂ 'ପଠାନ' ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ପରି ଅନେକ ସେଲିବ୍ରିଟି ମଧ୍ୟ ଉପସ୍ଥିତ ଥିଲେ ।

ଶାହାରୁଖ ଖାନ ଫିଲ୍ମ 'ପଠାନ' ଜରିଆରେ ୪ ବର୍ଷ ପରେ ପୁଣି ବଡ ପରଦାରେ ନିଜ ଜଲୱା ଦେଖାଇବା ପାଇଁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋଣ ଏବଂ ଜନ୍ ଆବ୍ରାହମ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମର ପ୍ରଥମ ଗୀତ 'ବେଶରମ ରଙ୍ଗ'କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବୟକଟ୍ ପଠାନ୍ ମଧ୍ୟ ଟ୍ୱିଟରରେ ଟ୍ରେଣ୍ତ ହୋଇଥିଲା । ଜାନୁଆରୀ ୨୫ ରେ 'ପଠାନ୍' ପ୍ରେକ୍ଷାଳୟରେ ରିଲିଜ୍ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+