Get Updates
Get notified of breaking news, exclusive insights, and must-see stories!

ଭାରତୀୟ ବକ୍ସ ଅଫିସରେ ଶାହାରୁଖ ଖାନଙ୍କ ଜଲୱା, ପ୍ରମୋଟ୍ ନ କରି ମଧ୍ୟ 'ପଠାନ୍' କରୁଛି ଜବରଦସ୍ତ ଆୟ

ଆକ୍ସନ୍ ଥ୍ରୀଲର ଫିଲ୍ମ 'ପଠାନ୍' ଦଙ୍ଗଲ, କେଜିଏଫ୍ -୨, କାଶ୍ମୀର ଫାଇଲ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରର ରେକର୍ଡ ବ୍ରେକ୍ କରିଛି । ଘରୋଇ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଥିବା ଏହି ଫିଲ୍ମ ବର୍ତ୍ତମାନ ୫୦୦ କୋଟି କ୍ଲବରେ ସାମିଲ ହେବା ପାଇଁ ଯାଉଛି ।

pathaan

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖା ଖାନଙ୍କ ଥ୍ରୀଲର ଫିଲ୍ମ 'ପଠାନ୍' ବକ୍ସ ଅଫିସରେ ସୃଷ୍ଟି କରଛି ନୂଆ ଇତିହାସ । ବିବାଦ ମଧ୍ୟରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଦର୍ଶକଙ୍କର ମନ ଜିଣୁଛି । ରିଲିଜ ହେବାର ୩ ସପ୍ତାହ ପରେ ମଧ୍ୟ ଏହି ସୁପରହିଟ୍ ଫିଲ୍ମର କ୍ରେଜ୍ କମ ହେବାର ନା ନେଉ ନାହିଁ ।

ତେବେ ଖାସ କଥା ହେଲା ଯେ, ଏହି ଫିଲ୍ମ ଜରିଆରେ ଚାରି ବର୍ଷ ପରେ କିଙ୍ଗ୍ ଖାନ ସିନେମା ଜଗତରେ ପାଦ ଥାପିଛନ୍ତି । ଏହି ଚାରି ବର୍ଷ ମଧ୍ୟରେ କିଙ୍ଗ୍ ଖାନ ନିଜକୁ ବେଶ୍ ଭଲ ଭାବେ ପ୍ରସ୍ତୁତ କରିଥିଲେ, ଦର୍ଶକଙ୍କୁ ଖୁସି କରିବାର କୌଣସି ମୌକାକୁ ହାତ ଛଡା କରି ନାହଁନ୍ତି ବଲିଉଡର ବାଦଶାହ ।

ରିଲିଜର ତୃତୀୟ ସପ୍ତାହର ସୋମବାର ଦିନ ମଧ୍ୟ ପ୍ରେକ୍ଷାଳୟରେ ଦେଖିବା ପାଇଁ ମିଳିଥିଲା ସିନେପ୍ରେମୀଙ୍କ ଭିଡ଼ । ହେଲେ ବର୍ତ୍ତମାନ 'ପଠାନ୍'ର ଆୟ ଧୀରେ ଧୀରେ କମିବାରେ ଲାଗିଛି । ତେବେ ଚାଲନ୍ତୁ ନଜର ପକାଇବା ରିଲିଜ୍ ହେବାର ୨୦ ଦିନ ପରେ କେତେ ରହିଛି 'ପଠାନ୍' ଆୟ ।

ଶାହାରୁଖ ଖାନଙ୍କ ଅଭିନୀତ 'ପଠାନ'କୁ ରିଲିଜ ହେବାର ୨୦ଦିନ ବିତିଗଲାଣି ହେଲେ ଫିଲ୍ମର କ୍ରେଜ୍ ଏବେ ବି ଦର୍ଶକଙ୍କ ମଧ୍ୟରେ ରହିଛି । ଆୟ ବିଷୟରେ ଆଲେଚନା କଲେ 'ପଠାନ୍' ରିଲିଜ୍ ହେବାର ପ୍ରଥମ ଦିନରେ ୫୫ କୋଟି ଟଙ୍କା ଆୟ କରିଥିଲା । ଯାହା ପରଠୁ ଫିଲ୍ମର ଆୟ ଦିନକୁ ଦିନ ବଢିବାରେ ଲାଗିଥିଲା ଏବଂ ନୂଆ ନୂଆ ରେକର୍ଡ ସୃଷ୍ଟି କରିଥିଲା ।

ଏଥି ସହାରି ମଧ୍ୟରେ 'ପଠାନ'ର ୨୦ଦିନର ଆୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, 'ପଠାନ୍' ରିଲିଜ୍ ହେବାର ୨୦ ଦିନରେ ୪.୬୦ କୋଟି ଟଙ୍କାର ବ୍ୟବସାୟ କରିଛି । ଯାହା ଅନ୍ୟ ଦିନର ଆୟ ତୁଳନାରେ କମ୍ । ଶାହରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ରର ମୋଟ ଆୟ ବର୍ତ୍ତମାନ ୪୯୩.୬୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଆକ୍ସନ୍ ଥ୍ରୀଲର ଫିଲ୍ମ 'ପଠାନ୍' ଦଙ୍ଗଲ, କେଜିଏଫ୍ -୨, କାଶ୍ମୀର ଫାଇଲ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରର ରେକର୍ଡ ବ୍ରେକ୍ କରିଛି । ଘରୋଇ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଥିବା ଏହି ଫିଲ୍ମ ବର୍ତ୍ତମାନ ୫୦୦ କୋଟି କ୍ଲବରେ ସାମିଲ ହେବା ପାଇଁ ଯାଉଛି । ସେହିପରି ଫିଲ୍ମ 'ପଠାନ୍' ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୯୫୦କୋଟିରୁ ଅଧିକ ଆୟ କରିସାରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+