Get Updates
Get notified of breaking news, exclusive insights, and must-see stories!

୫୦୦ କୋଟି କ୍ଲବରେ ସାମିଲ୍ ହେଲା 'ପଠାନ୍', ଦର୍ଶକଙ୍କୁ ଧନ୍ୟବାଦ ଜଣାଇଲେ ୟଶ ରାଜ ଫିଲ୍ମସର ସିଇଓ

୧୦୦୩ କୋଟି ସଂଗ୍ରହ ସହିତ 'ପଠାନ' ପ୍ରଥମ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି ଏବଂ ଆଜି ଏହି ଫିଲ୍ମଟି ଭାରତରେ ୫୦୦କୋଟି କ୍ଲବରେ ସାମିଲ ହୋଇସାରିଛି ।

Pathaan BO Collection

Pathaan: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ' ଦେଶ ତଥା ବିଶ୍ୱର ଦର୍ଶକଙ୍କୁ କରିଛି ମତୁଆଲ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଧମାକେଦାର ବ୍ୟବସାୟ କରୁଛି । ୧୦୦୩ କୋଟି ସଂଗ୍ରହ ସହିତ 'ପଠାନ' ପ୍ରଥମ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି ଏବଂ ଆଜି ଏହି ଫିଲ୍ମଟି ଭାରତରେ ୫୦୦କୋଟି କ୍ଲବରେ ସାମିଲ ହୋଇସାରିଛି । ଏବେ ପ୍ରଥମ ଥର 'ପଠାନ୍'ର ସଫଳତା ପରେ ୟଶ ରାଜ ଫିଲ୍ମସର ସିଇଓ ଅକ୍ଷୟ ବିଦାନୀ ନିଜ ପ୍ରତିକ୍ରିୟା ରଖିଛନ୍ତି ।

'ପଠାନ୍'କୁ ମିଳୁଥିବା ଭଲ ପାଇବା ପାଇଁ ଆମେ କୃତଜ୍ଞ

'ପଠାନ'ର ସଫଳତାକୁ ନେଇ ୟଶ ରାଜ ଫିଲ୍ମସର ସିଇଓ ଅକ୍ଷୟ ବିଦାନୀ କହିଛନ୍ତି,'ପଠାନ୍'କୁ ମିଳୁଥିବା ଭଲ ପାଇବା ଦେଖି ଆମେ ଅତ୍ୟଧିକ କୃତଜ୍ଞ । ୟଶ ରାଜ ଚଳଚ୍ଚିତ୍ର ଜରିଆରେ ଆମେ ସିନେମା ନିର୍ମାଣ ଏବଂ କାହାଣୀ ସୀମାରୁ ଆଗକୁ ବଢିବା ପାଇଁ ଚେଷ୍ଟା କରିଛୁ ଯାହାଫଳରେ ଦର୍ଶକମାନଙ୍କୁ ଏକ ନୂତନ ଅଭିଜ୍ଞତା ମିଳିପାରିଛି ।

ସେ ଆହୁରି କହିଛନ୍ତି, 'ମୁଁ ଆନନ୍ଦିତ ଯେ, ଆମେ ସମସ୍ତେ 'ପଠାନ'ଜରିଆରେ ବକ୍ସ ଅଫିସରେ ସଫଳ ପାଇପାରିଛୁ । ଏହି ଚଳଚ୍ଚିତ୍ର ଭାରତରେ ୫୦୦ କୋଟି ରୋଜଗାର କରିପାରିଛି । ଯେଉଁଥିରୁ ଏହା ସ୍ପଷ୍ଟ ଯେ ଏହି ଫିଲ୍ମକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ଏକ ଷ୍ଟୁଡିଓ ଭାବରେ, ଆମେ ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହୁଁ ଏବଂ ଆଶାକୁ କରୁ ତାହା ଦର୍ଶକଙ୍କୁ ପସନ୍ଦ ଆସୁ ।

ଅକ୍ଷୟ ବିଦାନୀ ଏହା ମଧ୍ୟ କହିଛନ୍ତି ଯେ 'ପଠାନ'ର ସଫଳତା ୟଶ ରାଜ ଫିଲ୍ମର ସ୍ପାଏ ୟୁନିଭର୍ସକୁ ମଜବୁତ କରିଛି । ଆଗାମୀ ସମୟରେ ଦର୍ଶକଙ୍କୁ ଏକ ଭିନ୍ନ ଏବଂ ଆକର୍ଷଣୀୟ କାହାଣୀ ଉପସ୍ଥାପନ କରାଯିବ ।

'ପଠାନ୍' ହେଉଛି ସ୍ପାଏ ୟୁନିଭର୍ସର ଚତୁର୍ଥ ଚଳଚ୍ଚିତ୍ର । ପୂର୍ବରୁ 'ଏକ ଥା ଟାଇଗର', 'ଟାଇଗର ଜିନ୍ଦା ହୈ' ଏବଂ ୱାର୍ ଭଳି ଚଳଚ୍ଚିତ୍ର ଏହି ଫ୍ରାଞ୍ଚାଇଜରେ ମୁକ୍ତିଲାଭ କରିଥିଲା ​​ଏବଂ ଏହି ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ୍ ହୋଇଥିବା ପ୍ରମାଣିତ ହୋଇଥିଲା । 'ପଠାନ'ର ରୋଜଗାର ବିଷୟରେ କହିବାକୁ ଗଲେ ଏହା ଭାରତରେ ୫୧୮.୦୬ କୋଟି ଟଙ୍କା ଆୟ କରିଛି ଏବଂ ଅନ୍ୟପଟେ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୦୦୩ କୋଟି ଟଙ୍କା ଆୟ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+