ଏହି OTT' ପ୍ଲାଟଫର୍ମରେ ରିଲିଜ୍ ହେବ ପଠାନ୍
ଏହି OTT'ପ୍ଲାଟଫର୍ମରେ ରିଲିଜ୍ ହେବ ପଠାନ୍
ମୁମ୍ବାଇ: ଚାରି ବର୍ଷର ଦୀର୍ଘ ବିରତି ପରେ ବଲିଉଡର କିଙ୍ଗ୍ ଖାନ ଆକ୍ସନ୍-ଥ୍ରୀଲର ଫିଲ୍ମ 'ପଠାନ' ଜରିଆରେ ବଡ ପରଦାକୁ କମ ବ୍ୟାକ୍ କରିବା ପାଇଁ ଯାଉଛନ୍ତି । ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଆସନ୍ତା ବର୍ଷ ୨୫ ଜାନୁୟାରୀ ୨୦୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ହେଲେ ଚଳଚ୍ଚିତ୍ରଟି ରିଲିଜ୍ ପୂର୍ବରୁ ହିଁ ବିବାଦରେ ରହିଛି । 'ପଠାନ' ର 'ବେଶରମ ରଙ୍ଗ' ଗୀତରେ ଦୀପିକା ପାଦୁକୋଣଙ୍କ ବିକିନି ରଙ୍ଗକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ଅନେକ ରାଜନେତା ଏବଂ ହିନ୍ଦୁ ସଂଗଠନ ଏହାକୁ ବିରୋଧ କରିଛନ୍ତି ଏବଂ ଫିଲ୍ମକୁ ବୟକଟ୍ କରିବା ପାଇଁ ମଧ୍ୟ ଦାବି କରାଯାଉଛି । ଏହାରି ମଧ୍ୟରେ, 'ପଠାନ'ର ଓଟିଟି ରିଲିଜକୁ ନେଇ ଏକ ବଡ ଅପଡେଟ୍ ଆସିଛି ।
କେଉଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ 'ପଠାନ୍'
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମେକର୍ସ ଫିଲ୍ମ 'ପଠାନ'ର ଓଟିଟି ରିଲିଜ୍ ତାରିଖ ଘୋଷଣା କରିନାହାଁନ୍ତି । କିନ୍ତୁ ଫିଲ୍ମ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପରେ ହିଁ OTT' ପ୍ଲାଟଫର୍ମକୁ ଆସିପାରେ । ଅନ୍ୟପକ୍ଷରେ, ଫିଲ୍ମର ଡିଜିଟାଲ ଷ୍ଟ୍ରିମିଂ ଅଧିକାର ବିଷୟରେ ଖବର ଅଛି ଯେ, ଗ୍ଲୋବାଲ ଓଟିଟି ଆମାଜନ ଏହି ଫିଲ୍ମକୁ ୨୦୦ କୋଟି ଟଙ୍କାରେ କିଣିଥିବା ନେଇ ସୂଚନା ରହିଛି ।

ଫିଲ୍ମର ଟିଜର ରିଲିଜ୍ ହେବା ପରଠାରୁ ପ୍ରଶଂସକମାନେ ଉତ୍ସାହର ସହିତ 'ପଠାନ୍'କୁ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କ ବ୍ୟତୀତ ଦୀପିକା ପାଦୁକୋଣ ଏବଂ ଜନ୍ ଅବ୍ରହାମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ହିନ୍ଦୀ ବ୍ୟତୀତ ଫିଲ୍ମଟି ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ୍ ହେବ । 'ପଠାନ୍' ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଯଶରାଜ ଫିଲ୍ମ ବ୍ୟାନର ଅଧୀନରେ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ।
ଫିଲ୍ମଟି ଭଲ ଆୟ କରିବ ବୋଲି ଆଶା କରାଯାଉଛି
କିଙ୍ଗ ଖାନ 'ପଠାନ' ଜରିଆରେ ଦୀର୍ଘ ସମୟ ପରେ କମବ୍ୟାକ୍ କରିବା ପାଇଁ ଯାଉଛନ୍ତି । ତାଙ୍କୁ ଶେଷ ଥର ପାଇଁ 'ଜିରୋ' ସିନେମାରେ ଦେଖିବାକୁ ମିଳିଥିଲା । ମଲ୍ଟି ଷ୍ଟାରର ଚଳଚ୍ଚିତ୍ରଟି ୨୫୦ କୋଟି ବଜେଟ୍ ସହିତ ନିର୍ମିତ ହୋଇଛି ଏବଂ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ମେକର୍ସ ଆଶା ରଖିଛନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ












Click it and Unblock the Notifications