ରିଲିଜ୍ ହେଲା 'ପଠାନ' ଟ୍ରେଲର, ଫ୍ୟାନ୍ସ କହିଲେ ସୁପରହିଟ୍
ରିଲିଜ୍ ହେଲା 'ପଠାନ' ଟ୍ରେଲର, ଫ୍ୟାନ୍ସ କହିଲେ ସୁପରହିଟ୍
ମୁମ୍ବାଇ: ବାଦ, ବିବାଦ ବୟକଟ୍ ଟ୍ରେଣ୍ତ ମଧ୍ୟରେ ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ 'ପଠାନ'ର ଟ୍ରେଲର । ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ସୁପରଷ୍ଟାର ଶାହରୁଖ ଖାନ, ଦୀପିକା ପାଦୁକୋଣ ଏବଂ ଜନ୍ ଅବ୍ରହାମ । ଉଚ୍ଚସ୍ତରୀୟ ଆକ୍ସନ କରୁଛି ଦର୍ଶକଙ୍କୁ ଇମପ୍ରେସ୍ । ଟ୍ରେଲରଟି ଭାଇରାଲ ହେବା ସହ ସାଉଁଟୁଛି ଦର୍ଶକଙ୍କ ପ୍ରଶଂସା । ଏହା ସହିତ 'ପଠାନ'ର ଏହି ଟ୍ରେଲରରେ ଡାଇଲଗକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଫିଲ୍ମ ଡାଇଲଗ୍ ଶୁଣିବା ପରେ ଫିଲ୍ମ ପ୍ରତି ଦର୍ଶକଙ୍କର ଉତ୍ସାହ ବୃଦ୍ଧି ପାଉଛି । 'ପଠାନ'ର ଟ୍ରେଲରରେ ସୁପରଷ୍ଟାର ଶାହରୁଖ ଖାନଙ୍କ ଏଣ୍ଟ୍ରି ଏକ ଡାଇଲଗ ସହ ହେଉଛି ।

ସୂଚନାଥାଉ ଯେ, ଫିଲ୍ମର 'ବେଶରମ୍ ଗୀତ'କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଗୋଟେ ପଟେ ଦୀପିକାଙ୍କ ସିଜଲିଂ ଅବତାର ଦର୍ଶକଙ୍କୁ ଇମପ୍ରେସ୍ କରୁଥିବା ବେଳେ ଅନ୍ୟପଟେ ଗୀତରେ ଦୀପିକାଙ୍କର ଗେରୁଆ ରଙ୍ଗର ବିକିନିକୁ ନେଇ ଆରମ୍ଭ ହୋଇଥିଲା ବୟକଟ୍ ଟ୍ରେଣ୍ତ୍ । ଏବେ ଅପେକ୍ଷା ଜାନୁଆରୀ ୨୫ ତାରିଖକୁ ଦେଖିବା ବାକି ରହିଲା ଶାହାରୁଖଙ୍କ ଷ୍ଟାରଡମ ଉପରେ ବୟକଟର କେତେ ପ୍ରଭାବ ପଡୁଛି ।
ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ୱାର୍'ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ 'ପଠାନ'ର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ 'ୱାର୍' ପରି 'ପଠାନ'ରେ ମଧ୍ୟ ଫୁଲ୍ ଆକ୍ସନ ଦେଖିବା ପାଇଁ ମିଳିବ । ଯାହାର ଝଲକ ଆପଣ ଟିଜରରେ ଦେଖିସାରିଥିବେ । ନଭେମ୍ବର ୨ ରେ ଶାହରୁଖ ଖାନଙ୍କ ଜନ୍ମଦିନ ଅବସରରେ ନିର୍ମାତାମାନେ 'ପଠାନ'ର ଟିଜର ରିଲିଜ୍ କରିଥିଲେ । ଯେଉଁଥିରେ ଶାହାରୁଖ ଏବଂ ସୁପରଷ୍ଟାର ଜନ୍ ଅବ୍ରହାମଙ୍କ ମଧ୍ୟରେ ଜବରଦସ୍ତ ଆକ୍ସନର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ୨୦୧୮ ରେ 'ଜିରୋ' ଚଳଚ୍ଚିତ୍ରର ଫ୍ଲପ୍ ପରେ ଶାହରୁଖ ଖାନ ୫ ବର୍ଷର ଦୀର୍ଘ ସମୟର ଅପେକ୍ଷା ପରେ ଫିଲ୍ମ 'ପଠାନ' ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ପ୍ରଶଂସକମାନେ କିଙ୍ଗ ଖାନଙ୍କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।












Click it and Unblock the Notifications