'Pathaan' Teaser Out: ଦମଦାର୍ ଅନ୍ଦାଜରେ ନଜର ଆସିଲେ ଶାହାରୁଖ ଖାନ୍
'Pathaan' Teaser Out: ଦମଦାର୍ ଅନ୍ଦାଜରେ ନଜର ଆସିଲେ ଶାହାରୁଖ ଖାନ୍
ମୁମ୍ବାଇ: ଶାହାରୁଖ ଖାନ ଆଜି ୫୭ ବର୍ଷ ବୟସରେ ପାଦ ଦେଇଛନ୍ତି । ଅଭିନେତାଙ୍କ ଜନ୍ମ ଦିନ ତାଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ପର୍ବଠୁ କମ୍ ନୁହେଁ । ଅନ୍ୟପକ୍ଷରେ କିଙ୍ଗ ଖାନ ଆଜି ନିଜ ଜନ୍ମଦିନରେ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ'ର ଟିଜର ଆଜି ରିଲିଜ୍ ହୋଇଯାଇଛି । SRK ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି । ଟିଜର୍ ରିଲିଜର କିଛି ସମୟ ମଧ୍ୟରେ ହିଁ ଟ୍ୱିଟରରେ ଟ୍ରେଣ୍ତ କରିବା ଆରମ୍ଭ କରିଦେଇଛି ।

ଶାହାରୁଖ ଖାନ ଟ୍ୱିଟରେ ଲେଖିଛନ୍ତି, 'ନିଜ ଚେୟାର ବେଲ୍ଟ ବାନ୍ଧି ନିଅନ୍ତୁ, 'ପଠାନ' ଟିଜର ବର୍ତ୍ତମାନ ରିଲିଜ୍ ହୋଇଯାଇଛି । ୨୫ ଜାନୁୟାରୀ ୨୦୨୩ ରେ ଆପଣଙ୍କ ନିକଟତର ସିନେମା ହଲରେ YRF50 ସହିତ 'ପଠାନ' ଦେଖନ୍ତୁ । ଏହି ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବା ପାଇଁ ଯାଉଛି ।
Apni kursi ki peti baandh lijiye…#PathaanTeaser OUT NOW! Celebrate #Pathaan with #YRF50 only at a big screen near you on 25th January, 2023. Releasing in Hindi, Tamil and Telugu. @deepikapadukone | @TheJohnAbraham | #SiddharthAnand | @yrf pic.twitter.com/eZ0TojKGga
— Shah Rukh Khan (@iamsrk) November 2, 2022
'ପଠାନ'ର ଦମଦାର ଟିଜର ରିଲିଜ୍ ହୋଇ ଯାଇଛି । ଶାହାରୁଖ, ଦୀପିକା ପାଦୁକୋଣ ଏବଂ ଜନ୍ ଅବ୍ରହାମଙ୍କ ଜବରଦସ୍ତ ଅନ୍ଦାଜ୍ ଦେଖିବା ପାଇଁ ମିଳୁଛି । ଟିଜରରେ ଶାହାରୁଖଙ୍କର ଭୟଙ୍କର ଅବତାର ଦେଖିବା ପାଇଁ ମିଳୁଛି । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟୁଛନ୍ତି କିଙ୍ଗ୍ ଖାନ୍ । ଟିଜରରୁ ଏହା ସ୍ପଷ୍ଟ ହେଉଛି ଯେ ଏହି ଚଳଚ୍ଚିତ୍ରରେ ଶାହାରୁଖ ତାଙ୍କ ପ୍ରଶଂସକଙ୍କୁ ଏଥର ଏକ ଆକ୍ସନ୍ ପ୍ୟାକେଜ୍ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି । ଏହା ସହିତ ପ୍ରଶଂସକମାନେ ପୁଣି ଥରେ ଦୀପିକା ଏବଂ ଶାହାରୁଖଙ୍କ ଯୋଡି ସିଲଭର୍ ସ୍କ୍ରିନରେ ଦେଖିବାର ମୌକା ପାଇବେ । ଏହାପୂର୍ବରୁ ଦୀପିକା ଏବଂ ଶାହାରୁଖ ଖାନଙ୍କ ଯୋଡି 'ଓମ୍ ଶାନ୍ତି ଓମ୍', 'ଚେନ୍ନାଇ ଏକ୍ସପ୍ରେସ' ଏବଂ 'Happy New Year'ରେ ଦେଖିବା ପାଇଁ ମିଳିଥିଲା । ଶାହାରୁଖଙ୍କ ଫିଲ୍ମ 'ପଠାନ' ଆସନ୍ତା ବର୍ଷ ଜାନୁଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।












Click it and Unblock the Notifications