ଶାହାରୁଖ-ଦୀପିକା କରୁଛନ୍ତି ସବୁ ଲିମିଟ୍ କ୍ରସ୍ ! Boycottର ପଡୁନାହିଁ ପ୍ରଭାବ

ଶାହାରୁଖ-ଦୀପିକା କରୁଛନ୍ତି ସବୁ ଲିମିଟ୍ କ୍ରସ୍ ! Boycottର ପଡୁନାହିଁ ପ୍ରଭାବ

ମୁମ୍ବାଇ: ବାଦ ବିବାଦ ମଧ୍ୟରେ ରିଲିଜ୍ ହେଲା 'ପଠାନ୍'ର ଆଉ ଏକ ଗୀତର ପ୍ରଥମ ଲୁକ୍ । ଲଗାତର ଟ୍ରୋଲ୍ , ବୟକଟର ପଡୁ ନାହିଁ ମେକର୍ସଙ୍କ ଉପରେ କୌଣସି ପ୍ରଭାବ । ପୁଣି ଦେଖିବା ପାଇଁ ମିଳିଲା ଶାହାରୁଖ-ଦୀପିକାଙ୍କ ହଟ୍ ଫଟୋର ଝଲକ । ସୋଶାଲ ମିଡିଆରେ କଲା ଟ୍ରେଣ୍ତ୍ । ତେବେ ଏହି ଫଟୋ ଦର୍ଶକଙ୍କୁ ଇମପ୍ରେସ୍ କରିବ ନାଁ ପୁଣି ବିବାଦ ବଢିବ ତାହା ତ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ହେଲେ ବର୍ତ୍ତମାନର ସ୍ଥିତି ଅନୁସାରେ, ବଲିଉଡର ମସ୍ତାନି ଏବଂ କିଙ୍ଗ୍ ଖାନଙ୍କ ଏହି ଫୋଟ୍ ଦର୍ଶକଙ୍କୁ ମତୁଆଲ କରୁଛି ।

Pathaan
ବିବାଦ ମଧ୍ୟରେ 'ପଠାନ' ଦ୍ୱିତୀୟ ଗୀତ ମୁକ୍ତିଲାଭ କରିବ
'ବଲିଉଡର ବାଦଶାହ' ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ପଠାନର 'ବେଶରମ ରଙ୍ଗ' ଗୀତକୁ ନେଇ ବିବାଦ ଲାଗି ରହିଛି। ଏହା ସହିତ ଫିଲ୍ମର ଷ୍ଟାର କାଷ୍ଟ ଶାହରୁଖ ଏବଂ ଦୀପିକା ପାଦୁକୋଣଙ୍କ ବିରୋଧରେ ଅନେକ ସହରରେ ମାମଲା ମଧ୍ୟ ରୁଜୁ କରାଯାଇଛି । ଏହାରି ମଧ୍ୟରେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଗୀତ 'Jhoome Jo'ର ପ୍ରଥମ ଲୁକ୍ ରିଲିଜ୍ ହୋଇ ଯାଇଛି । ଗୀତର ପ୍ରଥମ ଲୁକ୍ ପୋଷ୍ଟରରେ ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋଣଙ୍କ ଯୋଡି ବେଶ୍ ପ୍ରଶଂସା ସାଉଁଟୁଛି ।

ଶାହାରୁଖ-ଦୀପିକାଙ୍କ ସୁନ୍ଦର କେମେଷ୍ଟ୍ରି
'Jhoome Jo'ର ପ୍ରଥମ ଲୁକରେ ଶାହାରୁଖ ଖାନ ଧଳା ସର୍ଟ ପିନ୍ଧି ବେଶ୍ ଅଟ୍ରାକ୍ଟିଭ୍ ଲାଗୁଥିବା ବେଳେ ଦୀପିକା ପାଦୁକୋଣଙ୍କ ବ୍ରାଉନ ଆଉଟଫିଟ୍ ସାଙ୍ଗକୁ ହଳଦିଆ ରଙ୍ଗର ଭିଣ୍ଟେଜ୍ କାର ଉଭୟଙ୍କ ଲୁକରେ ଚାର ଚାନ୍ଦ ଲଗାଉଛି । ଏହି ଗୀତ ୨୨ ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ନିକଟରେ ହୋଇଥିବା #AskSRK ଅଧିବେଶନରେ କିଙ୍ଗ୍ ଖାନ ସୂଚନା ଦେଇଥିଲେ ଯେ, 'ପଠାନ'ର ଦ୍ୱିତୀୟ ଗୀତ ଗାୟକ ଅରିଜିତ ସିଂଙ୍କ ଶ୍ୱରରେ ଶୁଣିବା ପାଇଁ ମିଳିବ ।


ଅତୀତରେ, 'ପଠାନ'ର ପ୍ରଥମ ଗୀତ 'ବେଶରମ ରଙ୍ଗ'ରେ ଶାହାରୁଖ ଏବଂ ଦୀପିକାଙ୍କ ରୋମାନ୍ସ ଚହଳ ସୃଷ୍ଟି କରିଥିଲା । ଅନେକ ବାଦ-ବିବାଦ ଏପରିକି ଲଗାତାର ଟ୍ରୋଲର ଶିକାର ହୋଇଥିଲା ଏହି ଫିଲ୍ମ । ଅନେକ ନେତା ଏହାକୁ ବିରୋଧ କରିବା ସହ ମେକର୍ସଙ୍କୁ ଫିଲ୍ମର କିଛି ଦୃଶ୍ୟକୁ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ତେବେ ଏହି ବୟକେଟ୍ ଖାତିର ନ କରି କିଙ୍ଗ ଖାନ ଫିଲ୍ମକୁ 'ଫିଫା ବିଶ୍ୱକପ ୨୦୨୨'ରେ ମଧ୍ୟ ପ୍ରମୋଟ୍ କରିସାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+