ରିଲିଜ୍ ହେଲା 'ବେଶରମ ରଙ୍ଗ', ମତୁଆଲା କଲା ଦୀପିକାଙ୍କ ଲୁକ୍, ଚର୍ଚ୍ଚାରେ ଶାହାରୁଖଙ୍କ ବଡି

ରିଲିଜ୍ ହେଲା 'ବେଶରମ ରଙ୍ଗ', ମତୁଆଲା କଲା ଦୀପିକାଙ୍କ ଲୁକ୍, ଚର୍ଚ୍ଚାରେ ଶାହାରୁଖଙ୍କ ବଡି, ଫିଲ୍ମ 'ପଠାନ୍' ବି-ଟାଉନର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ

ମୁମ୍ବାଇ: ଫିଲ୍ମ 'ପଠାନ୍' ବି-ଟାଉନର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ପ୍ରଶଂସକମାନେ ବେଶ୍ ଉତ୍ସାହର ସହ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି । ଚଳିତ ବର୍ଷ ଶେଷ ହେବା ପୂର୍ବରୁ 'ପଠାନ୍'ର ନିର୍ମାତା ଦର୍ଶକଙ୍କୁ ଦେଇଛନ୍ତି ଜବରଦସ୍ତ ଉପହାର । ରିଲିଜ୍ ହୋଇଯାଇଛି ବିଗ୍ ବଜେଟ୍ ଫିଲ୍ମର ପ୍ରଥମ ଗୀତ 'ବେଶରମ ରଙ୍ଗ' । ଗୀତ ରିଲିଜ୍ ପରେ ସାଉଁଟୁଛି ଦର୍ଶକଙ୍କ ଭଲପାଇବା । ସବୁଠୁ ଖାସ୍ ଚର୍ଚ୍ଚାରେ ରହିଛି ଶାହାରୁଖ -ଦୀପିକାଙ୍କ ଲୁକ୍ ।

Pathaans First Song Besharam Rang Released

ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ 'ପଠାନ'ର ଗୀତ' ବେଶରାମ ରଙ୍ଗ 'ଭାଇରାଲ ହେବାରେ ଲାଗିଛି । ରିଲିଜର କିଛି ସମୟ ମଧ୍ୟରେ ହିଁ ଲକ୍ଷ ଲକ୍ଷ ଲାଇକ୍ସ-କମେଣ୍ଟସ୍ ଏହି ଗୀତରେ ଦେଖିବା ପାଇଁ ମିଳୁଛି । ସୋସିଆଲ ମିଡିଆରେ ଲଗାତାର ଟ୍ରେଣ୍ତ କରି ଚହଳ ସୃଷ୍ଟି କରିବା ସହ ଏକ ଘଣ୍ଟାରେ ୧ ମିଲିୟନ୍ ଲୋକ ଏହି ଗୀତକୁ ଦେଖି ସାରିଲେଣି । ଗୀତରେ ଜବରଦସ୍ତ ଡ୍ୟାନ୍ସ ସହ ଦୀପିକାଙ୍କ ସିଜଲିଂ ଅବତାର ସହ ଶାହାରୁଖା ଖାନଙ୍କର ପରଫେକ୍ଟ ବଡି ସମସ୍ତଙ୍କୁ ମତୁଆଲା କରୁଛି । ଉଭୟଙ୍କ କେମେଷ୍ଟ୍ରି ରହିଛି ଖୁବ ଖାସ୍ । ବିଶାଲ ଏବଂ ଶେଖର ଏହି ଗୀତରେ ମ୍ୟୁଜିକ୍ ଦେଇଥିବା ବେଳେ ଏହି ଗୀତକୁ ଶିଳ୍ପା ରାଓ, କେରାଲିସା , ବିଶାଲ ଏବଂ ଶେଖର କଣ୍ଠ ଦାନ କରିଛନ୍ତି ।

ଏହି ଗୀତଟି ୟୁଟ୍ୟୁବରେ ରିଲିଜ୍ ହେବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି । କିଛି ଲୋକ ଏହାକୁ ଏକ ମାଷ୍ଟରପିସ୍ ବୋଲି କହିବା ଆରମ୍ଭ କରିଦେଇଛନ୍ତି । ତେବେ ଆଗାମୀ ଦିନରେ ପ୍ରତ୍ୟେକ ନୂଆ ବର୍ଷ ପାର୍ଟିରେ ଏହି ଗୀତର ଜଲୱା ତ ନିଶ୍ଚୟ ଦେଖିବା ପାଇଁ ମିଳିବ ।

ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ ଜନ୍ ଅବ୍ରାହମଙ୍କୁ ମଧ୍ୟ 'ପଠାନ'ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ୟଶ ରାଜ ଫିଲ୍ମସ୍ ବ୍ୟାନରରେ ସିଦ୍ଧାର୍ଥ ଆନନ୍ଦ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । 'ପଠାନ୍' ୨୫ ଜାନୁୟାରୀ ୨୦୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+