ନୂଆ ଇତିହାସ ରଚିଲା 'ପଠାନ୍', ଜାଣନ୍ତୁ ତିନି ଦିନର ଆୟ
ସବୁଠି ଦେଖିବା ପାଇଁ ମିଳୁଛି ଫିଲ୍ମ 'ପଠାନ୍' ଜଲୱା । ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବଡ ବଡ କଳାକାର ମଧ୍ୟ କିଙ୍ଗ୍ ଖାନଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । ରିଲିଜ୍ ହେବାର ତିନି ଦିନ ମଧ୍ୟରେ ଏହି ଫିଲ୍ମ ୩୦୦ କୋଟି ଅତିକ୍ରମ କରିସାରିଲାଣି ।

Pathaan:ଅଭିନେତା ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର 'ପଠାନ୍'ର କ୍ରେଜ୍ ଜାରି ରହିଛି । ସବୁଠି ଦେଖିବା ପାଇଁ ମିଳୁଛି ଫିଲ୍ମର ଜଲୱା । ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବଡ ବଡ କଳାକାର ମଧ୍ୟ କିଙ୍ଗ୍ ଖାନଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । ରିଲିଜ୍ ହେବାର ତିନି ଦିନ ମଧ୍ୟରେ ଏହି ଫିଲ୍ମ ୩୦୦ କୋଟି ଅତିକ୍ରମ କରିସାରିଲାଣି ।
ଏହି ଫିଲ୍ମଟି ବକ୍ସଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ପ୍ରାୟ ୪ ବର୍ଷ ପରେ ଶାହାରୁଖା ଖାନ ସିଲଭର ସ୍କ୍ରିନରେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି । ରୋମାନ୍ସର ବାଦସାହଙ୍କର ଆକ୍ସନ ଅବତାରକୁ ମଧ୍ୟ ପ୍ରଶଂସକଙ୍କର ବେଶ୍ ଭଲ ପାଇବା ମିଳୁଛି ।
#Pathaan crosses ₹ 300 Crs Gross at the WW Box office in 3 days.. 🔥
— Ramesh Bala (@rameshlaus) January 28, 2023
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଫିଲ୍ମଟି କେବଳ ଭାରତରେ ନୁହେଁ ବରଂ ପୁରା ବିଶ୍ୱରେ କରୁଛି ରାଜ୍ । ଯାହା କେବେଳ କିଙ୍ଗ୍ ଖାନ ହିଁ କରିପାରିବେ । ସିନେମା ଦେଖିବା ପାଇଁ ଥିଏଟରରେ ନାହିଁ ନଥିବା ଭିଡ଼ ଦେଖିବା ପାଇଁ ମିଳୁଛି । ଚାରି ବର୍ଷ ପରେ ଶାହାରୁଖ ଖାନଙ୍କ ପ୍ରେକ୍ଷାଳୟକୁ ଫେରିବା ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ । ଏହି ଚଳଚ୍ଚିତ୍ର ତିନି ଦିନ ମଧ୍ୟରେ ସାରା ବିଶ୍ୱରେ ୩୦୦ କୋଟି ଟଙ୍କା ଅତିକ୍ରମ କରିଛି।
ତୃତୀୟ ଦିନରେ 'ପଠାନ'worldwideରେ ୩୦୦କୋଟି ଟଙ୍କାର ବ୍ୟବସାୟ କରିସାରିଛି । ବାଣିଜ୍ୟ ବିଶ୍ଳେଷକ ରମେଶ ବାଲା ଟ୍ୱିଟରରେ ଏ ବିଷୟରେ ସୂଚନା ଦେଇ ଲେଖିଛନ୍ତି ଯେ, 'ପଠାନ' ୩ ଦିନ ମଧ୍ୟରେ ବିଶ୍ୱ ବକ୍ସ ଅଫିସରେ ୩୦୦କୋଟି ଟଙ୍କାର ଆୟ କରିସାରିଛି ।












Click it and Unblock the Notifications