ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି 'ପଠାନ'କୁ କଲେ ବିରୋଧ, କହିଲେ ଶାହାରୁଖ ନିଜ ଝିଅ ସହ ଏହି ଫିଲ୍ମ ଦେଖିବା ଉଚିତ୍
ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି 'ପଠାନ'କୁ କଲେ ବିରୋଧ, କହିଲେ ଶାହାରୁଖ ନିଜ ଝିଅ ସହ ଏହି ଫିଲ୍ମ ଦେଖିବା ଉଚିତ୍
ମୁମ୍ବାଇ: ଶାହରୁଖ ଖାନ-ଦୀପିକା ପାଦୁକୋଣଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'ପଠାନ'ର ନିକଟରେ ମୁକ୍ତିଲାଭ କରିଥିବା ଗୀତ 'ବେଶରମ ରଙ୍ଗ'କୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଦେଶର ହିନ୍ଦୁ ସଂଗଠନ ଦୀପିକା ପାଦୁକୋଣଙ୍କ ଏକ ଗୀତରେ ଗେରୁଆ ରଙ୍ଗର ବିକିନି ପିନ୍ଧିବାକୁ ନେଇ ବିରୋଧ କରୁଛନ୍ତି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଅତୀତରେ ଚେତାବନୀ ଦେଇଥିଲେ ଯେ ଯଦି ଆପତ୍ତିଜନକ ପୋଷାକ ଏବଂ ଗୀତର କିଛି ଦୃଶ୍ୟ ପରିବର୍ତ୍ତନ ନହୁଏ, ତେବେ ଫିଲ୍ମକୁ ରାଜ୍ୟରେ ମୁକ୍ତିଲାଭ କରିବାକୁ ଅନୁମତି ଦିଆଯିବ ନାହିଁ । ଏଥି ସହ ରାଜ୍ୟସଭା ବାଚସ୍ପତି ଗିରିଶ ଗୌତମ ମଧ୍ୟ ଫିଲ୍ମ 'ପଠାନ'କୁ ମଧ୍ୟ ବିରୋଧ କରିଛନ୍ତି ।

ବିଧାନସଭାରେ ବାଚସ୍ପତି ଗିରିଶ ଗୌତମ କହିଛନ୍ତି, "ଶାହରୁଖ ଖାନ ନିଜ ଝିଅଙ୍କ ସହ ଏହି ଫିଲ୍ମ ଦେଖିବା ଉଚିତ ଏବଂ ଏକ ଫୋଟ ସୋସିଆଲ ମିଡିଆରେ ଅପଲୋଡ୍ କରିବା ଉଚିତ ଏବଂ ଦୁନିଆକୁ ଏହା ଜଣାଇବା ଉଚିତ୍ ଯେ ସେ ନିଜ ଝିଅ ଏହି ଫିଲ୍ମ ଦେଖୁଛନ୍ତି ।
ବିରୋଧୀ ଦଳର ନେତା ଗୋବିନ୍ଦ ସିଂ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଏହି ଫିଲ୍ମକୁ ବିରୋଧ କରୁଛନ୍ତି । ସୁରେଶ ପଚୌରୀ କହିଛନ୍ତି ଯେ, ଏହା 'ପଠାନ' ଫିଲ୍ମ ବିଷୟରେ ନୁହେଁ। ପୋଷାକ ବିଷୟରେ। 'ଭାରତୀୟ ସଂସ୍କୃତିରେ ହିନ୍ଦୁ, ମୁସଲମାନ କିମ୍ବା ଅନ୍ୟ କୌଣସି ଧର୍ମର ମହିଳାଙ୍କୁ ଏପରି ପୋଷାକ ପିନ୍ଧିବାକୁ ଅନୁମତି ଦିଆଯାଇ ନାହିଁ।'
ଦୀପିକା ପାଦୁକୋଣଙ୍କର ଗ୍ଲାମରସ୍ ଅବତାର 'ବେଶରମ ଗୀତ'ରେ ଦେଖିବାକୁ ମିଳୁଛି । ଦୀପିକା-ଶାହାରୁଖଙ୍କ ଯୋଡିକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକ ଏହାକୁ ନିନ୍ଦା କରୁଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ 'ପଠାନ୍' ଆସନ୍ତା ବର୍ଷ ୨୫ ଜାନୁୟାରୀ ୨୦୨୩ ରେ ମୁକ୍ତିଲାଭ କରିବା ପାଇଁ ଯାଉଛି ।












Click it and Unblock the Notifications