ମୁସଲିମ୍-ହିନ୍ଦୁ ଉଭୟ ବିରୋଧ କରୁଛନ୍ତି, ସମସ୍ତେ ଭୁଲ୍ ହୋଇ ପାରିବେ ନାହିଁ, 'ପଠାନ'କୁ ନେଇ ଏପରି ମନ୍ତବ୍ୟ ଦେଲେ ଏହି ଅଭିନେତା
ମୁମ୍ବାଇ: ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ପଠାନକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ସିନେମାର ଗୀତ 'ବେଶରମ ରଙ୍ଗ'ରେ ଦୀପିକା ପାଦୁକୋଣ ଏକ ଗେରୁଆ ରଙ୍ଗର ବିକିନି ପିନ୍ଧି ଡ୍ୟାନ୍ସ ଓ ରୋମାନ୍ସ କରୁଥିବା ଦେଖିବା ପାଇଁ ମିଳୁଛି । ଯାହାକୁ ନେଇ ହିନ୍ଦୁ ସଂଗଠନ ବିରୋଧ କରିବା ଆରମ୍ଭ କରିଛି । ସୋଶାଲ ମିଡିଆରେ 'ପଠାନ'କୁ ବୟକଟ୍ କରିବା ପାଇଁ ଏବଂ ବ୍ୟାନ୍ କରିବା ପାଇଁ ଲଗାତାର ଦାବି କରାଯାଉଛି ।
ବର୍ତ୍ତମାନ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତା କମଲ ରସିଦ ଖାନ । KRK କହିଛନ୍ତି ଯେ, ଲୋକମାନେ 'ପଠାନ' ନାମକୁ ବିରୋଧ କରୁଛନ୍ତି । ଏଭଳି ପରିସ୍ଥିତିରେ ୟଶ ରାଜ ଫିଲ୍ମସ ପାଖରେ ଏବେ ବି ସମୟ ଅଛି ସେମାନେ 'ପଠାନ' ଫିଲ୍ମର ନାଁ ପରିବର୍ତ୍ତନ କରି ପାରିବେ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁସଲିମ୍ ଲିଡର୍ସ ମାନେ ମଧ୍ୟ ପଠାନକୁ ବୟକଟ୍ କରିବା ପାଇଁ ଡିମାଣ୍ତ କରୁଛନ୍ତି ।
KRK' ଟ୍ୱିଟ୍ କରି ଲେଖିଛନ୍ତି, 'ମୁସଲିମ୍ ଲିଡର୍ସମାନେ କହିଛନ୍ତି ଯେ, ସେମାନେ ଲୋକମାନଙ୍କୁ ଫିଲ୍ମ 'ପଠାନ'କୁ ବ୍ୟାନ କରିବା ପାଇଁ କହିବେ । ହିନ୍ଦୁ ନେତାମାନେ ମଧ୍ୟ 'ପଠାନ'କୁ ବ୍ୟାନ୍ କରିବା ପାଇଁ ଡିମାଣ୍ତ କରୁଛନ୍ତି । ଏହାର ଅର୍ଥ 'ପଠାନ' ନାଁରେ ହିଁ ଭୁଲ୍ ଅଛି । କାରଣ ସବୁ ଲୋକ ଏକା ସହିତ ଭୁଲ୍ କହିପାରିବେ ନାହିଁ ।

Muslim leaders have said that they will ask ppl to boycott film #Pathaan! Hindu leaders are also asking ppl to boycott #Pathaan! It means #Pathaan name is wrong. Because all the people can’t be wrong at the same time. So I believe that YRF is still having chance to change name.
— KRK (@kamaalrkhan) December 16, 2022
ହିନ୍ଦୀ ବ୍ୟତିତ ଶାହରୁଖ ଖାନଙ୍କ 'ପଠାନ' ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ଜାନୁଆରୀ 25, 2023 ରେ ପ୍ରେକ୍ଷାଳୟକୁ ଆସିବ । ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ ଜନ୍ ଅବ୍ରହାମ ମଧ୍ୟ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ।












Click it and Unblock the Notifications