ମୁକ୍ତିଲାଭ କରିବାର ୧୦ ଦିନରେ ମଧ୍ୟ ଜାରି ରହିଛି 'ପଠାନ୍'ର କ୍ରେଜ୍

ରିଲିଜ ହେବାର ୧୦ ଦିନ ପରେ ମଧ୍ୟ ଦର୍ଶକଙ୍କ ମନ ଜିଣୁଛି ଫିଲ୍ମ 'ପଠାନ୍' । ଫିଲ୍ମ ଦେଖିବା ପାଇଁ ଏବେ ବି ସିନେମା ହଲରେ ଦେଖିବା ପାଇଁ ମିଳୁଛି ନାହିଁନଥିବା ଭିଡ଼ ।

pathaan

ମୁମ୍ବାଇ: ବକ୍ସ ଅଫିସରେ 'ପଠାନ୍'ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ରିଲିଜ ହେବାର ୧୦ ଦିନ ପରେ ମଧ୍ୟ ଦର୍ଶକଙ୍କୁ କରୁଛି ମତୁଆଲା ଏବଂ ଫିଲ୍ମ ଦେଖିବା ପାଇଁ ଏବେ ବି ସିନେମା ହଲରେ ଦେଖିବା ପାଇଁ ମିଳୁଛି ନାହିଁ ନଥିବା ଭିଡ । ଶାହାରୁଖ ୪ ବର୍ଷ ପରେ ସିନେମାର ରଙ୍ଗିନ ପରଦାରେ ପ୍ରତ୍ୟାବର୍ତ୍ତ କରିଛନ୍ତି ଯାହାକୁ ପୁରା ବିଶ୍ୱ ସେଲିବ୍ରେଟ୍ କରୁଛି । ଫିଲ୍ମର ଆୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଆସନ୍ତୁ ଜାଣିବା ଶୁକ୍ରବାର ଦିନ ଅର୍ଥାତ୍ ରିଲିଜ୍ ହେବାର ଦଶମ ଦିନରେ 'ପଠାନ୍' କେତେ ବ୍ୟବସାୟ କରିଛି ।

'ପଠାନ୍'ର ଦଶମ ଦିନର ବ୍ୟବସାୟ
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଥ୍ରୀଲର ଫିଲ୍ମ 'ପଠାନ'ର କ୍ରେଜ୍ ଜାରି ରହିଛି । ଗଣତନ୍ତ୍ର ଦିବସ ଛୁଟିଦିନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜାନୁୟାରୀ ୨୫ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ସେହି ଦିନଠାରୁ ଏହି ଚଳଚ୍ଚିତ୍ରର ଆୟ ଦିନକୁ ଦିନ ବଢିବାରେ ଲାଗିଛି ।

'ପଠାନ'ର ପ୍ରଥମ ଦିନର ଆୟ- ୫୭ କୋଟି ଟଙ୍କା
'ପଠାନ'ର ଦ୍ୱିତୀୟ ଦିନର ଆୟ- ୭୦.୫ କୋଟି ଟଙ୍କା
'ପଠାନ'ର ତୃତୀୟ ଦିନର ଆୟ- ୩୯.୨୫ କୋଟି ଟଙ୍କା
'ପଠାନ'ର ଚତୁର୍ଥ ଦିନର ଆୟ-୫୩.୨୫ କୋଟି ଟଙ୍କା
'ପଠାନ'ର ପଞ୍ଚମ ଦିନର ଆୟ -୬୦.୭୫ କୋଟି ଟଙ୍କା
'ପଠାନ'ର ଷଷ୍ଠ ଦିନର ଆୟ -୨୬.୫ କୋଟି ଟଙ୍କା
'ପଠାନ'ର ସପ୍ତମ ଦିନର ଆୟ- ୨୩ କୋଟି ଟଙ୍କା
'ପଠାନ' ଅଷ୍ଟମ ଦିନ ଆୟ-୧୮.୨୫ କୋଟି ଟଙ୍କା
'ପଠାନ'ର ନବମ ଦିନର ଆୟ- ୧୫.୬୫ କୋଟି ଟଙ୍କା

ଏହି ଫିଲ୍ମ ଏକ ସପ୍ତାହରେ ୩୬୪.୧୫ କୋଟି ଟଙ୍କା ରୋଜଗାର କରିଛି । ଏଥି ସହିତ ଚଳଚ୍ଚିତ୍ରଟି ଦ୍ୱିତୀୟ ଶୁକ୍ରବାର ଅର୍ଥାତ୍ ରିଲିଜ୍ ହେବାର ଦଶମ ଦିନରେ ୧୫ କୋଟିର ବ୍ୟବସାୟ କରିଛି। ଏହା ସହିତ 'ପଠାନ'ର ମୋଟ ଆୟ ବର୍ତ୍ତମାନ ୩୭୯.୧୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଦ୍ୱିତୀୟ ସପ୍ତାହରେ ୪୦୦ କୋଟି କ୍ଲବରେ ଏଣ୍ଟ୍ରୀ କରିବ 'ପଠାନ୍'
ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନଙ୍କ ବ୍ୟତୀତ ଜନ୍ ଅବ୍ରହାମ, ଦୀପିକା ପାଦୁକୋଣ, ଡିମ୍ପଲ କାପାଡିଆଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଚଳଚ୍ଚିତ୍ରର ଜବରଦସ୍ତ ଆକ୍ସନ୍ ଏବଂ ଭିଏଫଏକ୍ସ ଦର୍ଶକଙ୍କର ମନ ଜିଣୁଛି । ଏପର୍ଯ୍ୟନ୍ତର ଆୟକୁ ଦେଖି ଆଶା କରାଯାଉଛି ଯେ ଫିଲ୍ମଟି ରିଲିଜର ଦ୍ୱିତୀୟ ସପ୍ତାହରେ ୪୦୦ କୋଟିର ବ୍ୟବସାୟ କରି ପାରେ ବୋଲି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+