ମୁମ୍ବାଇରେ ନୁହେଁ ଏହି ସ୍ଥାନରେ ହେବେ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ରିସେପ୍ସନ୍ ପାର୍ଟି
Parineeti-Raghav Wedding Reception:ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢାଙ୍କୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଛି । ମେ 13ରେ ଉଭୟ ନିର୍ବନ୍ଧ କରି ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ । ନିକଟରେ ଅମୃତସରର ସୁର୍ଣ୍ଣ ମନ୍ଦିରରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି ।

କେବେ ହେବ ପରିଣୀତିଙ୍କ ବିବାହ
ରିପୋର୍ଟ ଅନୁସାରେ , ପରିଣିତୀ ଚୋପ୍ରା-ରାଘବ ଚଳିତ ବର୍ଷ ଅକ୍ଟୋବର ମାସରେ ବିବାହ କରିପାରନ୍ତି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ତାରିଖ ନିଶ୍ଚିତ ହୋଇ ନାହିଁ । ବର୍ତ୍ତମାନ ଉଭୟଙ୍କ ବିବାହକୁ ନେଇ ଏକ ବଡ ଅପଡେଟ୍ ପ୍ରକାଶ ପାଇଛି ।
ତିନୋଟି ନୁହେଁ କେବଳ ଗୋଟିଏ ରିସେପ୍ସନ୍ ପାର୍ଟି ହେବ
ଗତ କିଛି ଦିନ ଧରି ରାଘବ-ପରିଣୀତି ନିଜ ବିବାହ ପାଇଁ ସ୍ଥାନ ଖୋଜୁଥିଲେ । ପୂର୍ବରୁ ଖବର ଥିଲା ଯେ, ଉଭୟ ଭିନ୍ନ ଭିନ୍ନ ସ୍ଥାନରେ ବିବାହ ରିସେପ୍ସନ୍ ପାର୍ଟି ଦେବାକୁ ଯାଉଛନ୍ତି । ହେଲେ ବର୍ତ୍ତମାନର ଗଣମାଧ୍ୟମ ରିପୋର୍ଟ ଅନୁସାରେ,ଏହି ଷ୍ଟାର ଦମ୍ପତି କେବଳ ଗୋଟିଏ ସ୍ଥାନରେ ରିସେପ୍ସନ୍ ପାର୍ଟି ଦେବା ପାଇଁ ସ୍ଥିର କରିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଦ ଲୀଲା ଆମ୍ବିଏନ୍ସ ହୋଟେଲ ଗୁରୁଗ୍ରାମରେ ରାଘବ ପରିଣୀତି ରିସେପ୍ସନ ପାର୍ଟି ଦେଇପାରନ୍ତି ।
ନିକଟରେ ଉଭୟଙ୍କ ପିତାମାତା ଦ ଲୀଲା ଆମ୍ବିଏନ୍ସ ହୋଟେଲ ଦେଖିବା ପାଇଁ ଯାଇଥିଲେ । ଗୋଟିଏ ଦିନରେ ବିବାହ ଓ ରିସେପ୍ସନ୍ ପାର୍ଟିର ଆୟୋଜନ କରାଯିବା । ବିବାହରେ ଅନେକ ରାଜନୈତୀକ ନେତା ଏବଂ ବଲିଉଡ ଷ୍ଟାର ମଧ୍ୟ ଯୋଗ ଦେବେ । ସେଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଏବେଠୁ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଅପେକ୍ଷା ଉଭୟଙ୍କ ବିବାହ ତାରିଖର ।












Click it and Unblock the Notifications