ଏହି ତାରିଖରେ ବିବାହ କରିବେ ଆପ୍ ସାଂସଦ ରାଘବ ଚଢା ଏବଂ ପରିଣୀତି
Parineeti-Raghav Wedding Card Viral: ପୁଣି ପରିଣିତୀ ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ସରିଛି । ଅନେକ ସ୍ଥାନରେ ଉଭୟଙ୍କୁ ଏକାଠି ସ୍ପଟ୍ ମଧ୍ୟ କରାଯାଏ । ତେବେ ଏହି ଯୋଡି ଏବେ ପୁଣି ଅଛି ହେଡଲାଇନରେ । ନିକଟରେ ରାଘବ-ପରିଣିତୀଙ୍କ ବିବାହ ତାରିଖକୁ ନେଇ ଗୁଜବ ଶୁଣିବା ପାଇଁ ମିଳିଥିଲା ହେଲେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ପରିଣିତୀ ଏବଂ ରାଘବଙ୍କ ବିବାହ କାର୍ଡ ।

ପରିଣିତୀ ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରାଘବ ଏବଂ ପରିଣିତୀଙ୍କ ପକ୍ଷରୁ ବର୍ତ୍ତମାନ କୌଣସି ସୂଚନା ଦିଆଯାଇ ନାହିଁ । ରାଘବ ଏବଂ ପରିଣିତୀ 23 ଏବଂ 24 ସେପ୍ଟେମ୍ବରରେ ପଞ୍ଜାବୀ ରୀତିନୀତିରେ ବିବାହ କରିବା ନେଇ ଖବର ରହିଛି । ମେ 13 ରେ ଏହି ଦମ୍ପତିଙ୍କ ନିର୍ବନ୍ଧ ହୋଇଥିଲା ।












Click it and Unblock the Notifications