Parineeti-Raghav: ଅଭିନେତ୍ରୀ ପରିଣିତୀ ଚୋପ୍ରା ସେୟାର କଲେ ବିବାହ ଫଟୋ,ଦେଖନ୍ତୁ ପ୍ରଥମ ଝଲକ

Parineeti-Raghav: ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢା ସେପ୍ଟେମ୍ବର 24ରେ ଉଦୟପୁର ସ୍ଥିତ ଲୀଲା ପ୍ୟାଲେସରେ ବିବାହ କରିଥିଲେ । କିଛି ଘନିଷ୍ଠ ବନ୍ଧୁ ଏବଂ ପରିବାରର ଉପସ୍ଥିତିରେ ଏହି ଦମ୍ପତି ସବୁଦିନ ପାଇଁ ଏକାଠି ହୋଇଛନ୍ତି । ଉଭୟଙ୍କ ବିବାହକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଲାଗି ରହିଛି ପ୍ରଶଂସକମାନେ ଅଭିନେତ୍ରୀଙ୍କ ବିବାହ ଲୁକକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଏବଂ ଶେଷରେ ବର୍ତ୍ତମାନ ପରିଣିତୀ ଚୋପ୍ରା ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଅଭିନେତ୍ରୀ ତାଙ୍କ ବିବାହ ଲୁକରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ସେ ଏକ ଧଳା ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଯାହା ସହିତ ଲାଇଟ୍ ଗ୍ରିନ୍ ରଙ୍ଗର ଅଳଙ୍କାର ପିନ୍ଧିଥିବାର ନଜର ଆସୁଛନ୍ତି । ରାଘବ ଚଢା ମଧ୍ୟ ଧଳା ରଙ୍ଗର ଶେରୱାନି ପିନ୍ଧିଥିଲେ । ଉଭୟ ଲୁକ୍ ଖୁବ ଖାସ ଥିଲା । ଯାହାକୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ।

Parineeti-Raghav

ବର୍ତ୍ତମାନ ପରିଣିତୀଙ୍କ ଲେହେଙ୍ଗା ଡୁପଟାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ ସ୍ପଷ୍ଟ ଭାବା ତାଙ୍କ ସ୍ୱାମୀ ରାଘବ ଚଢାଙ୍କ ନାମ ଲେଖାଯାଇଛି । ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଏହା ସହ ପରିଣିତୀଙ୍କର ଏହି ଖାସ୍ ଡିଜାଇନକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପରିଣିତୀ ଚୋପ୍ରାଙ୍କ ଲେହେଙ୍ଗା ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ଏବଂ ତାଙ୍କର ବିଶେଷ ବନ୍ଧୁ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି । ଏହି ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ପରିଣିତୀ । ତେବେ ତାଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଲେହେଙ୍ଗା ପ୍ରସ୍ତୁତ କରାଯାଇଛି ।

ମନୀଷ ମଲହୋତ୍ରା ମଧ୍ୟ ପାରିଣିତୀ-ରାଘବଙ୍କ ବିବାହରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ସାନିଆ ମିର୍ଜା, ମଧୁ ଚୋପ୍ରା, ହରଭଜନ ସିଂ, ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ସେଲିବ୍ରିଟି ଉଦୟପୁରରେ ପହଞ୍ଚିଥିଲେ । କିଛି ପ୍ରତିଶ୍ରୁତି ହେତୁ ବିବାହ ଉତ୍ସବରେ ଯୋଗ ଦେଇ ପାରିନଥିଲେ ପ୍ରିୟଙ୍କା ଚୋପ୍ରା । ଏହା ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ଅଭିନେତା ଅକ୍ଷୟ କୁମାର ମଧ୍ୟ ଉଦୟପୁର ବିବାହ ଉତ୍ସବରେ ଯୋଗ ଦେଇନଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+