ଆଜି ଅଭିନେତ୍ରୀ ପରିଣୀତି ଏବଂ ନେତା ରାଘବ ଚଢାଙ୍କର ନିର୍ବନ୍ଧ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଖୁବ୍ ଶୀଘ୍ର ନିଜର ନୂଆ ଜୀବନ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଆଜି ଅର୍ଥାତ୍ ମେ ୧୩ ତାରିଖରେ ପରିଣୀତି ଏବଂ ରାଘବ ଚଢାଙ୍କର ନିର୍ବନ୍ଧ ହେବା ପାଇଁ ଯାଉଛି । ଆଜି ରାତି ୮ଟାରେ କପୁରଥଲା ହାଉସରେ ଉଭୟଙ୍କର ନିର୍ବନ୍ଧ ହେବା ପାଇଁ ଯାଉଛି ।
ଉଭୟଙ୍କର ନିର୍ବନ୍ଧରେ ଚଳଚ୍ଚିତ୍ର କଳାକାରଙ୍କ ସହ ଅନେକ ରାଜନେତା ମଧ୍ୟ ଯୋଗ ଦେବେ । ଏହାରି ମଧ୍ୟରେ ପରିଣୀତିଙ୍କ ଉଭଣୀ ପ୍ରିୟଙ୍କା ଚୋପ୍ରା ଏବଂ ବଲିଉଡର ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି ।

କିଛି ସମୟ ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରେ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ପ୍ରିୟଙ୍କା ଚୋପ୍ରାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ମିଡିଆ ରିପୋର୍ଟ ଅନୁଯାୟୀ ପ୍ରିୟଙ୍କା ଚୋପ୍ରା ଲଣ୍ଡନରୁ ସିଧାସଳଖ ଦିଲ୍ଲୀରେ ପହଞ୍ଚିଛନ୍ତି । ଯଦିଓ ପ୍ରିୟଙ୍କାଙ୍କ ସହ ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଲତି ମେରିଙ୍କ ନଜର ଆସି ନଥିଲେ ।
ମନୀଷ ମଲହୋତ୍ରା ସେୟାର କଲେ ପୋଷ୍ଟ
ଏଥି ସହିତ ବଲିଉଡର ପ୍ରସିଦ୍ଧ ଡିଜାଇନର୍ ମନୀଷ ମଲହୋତ୍ରା ମଧ୍ୟ ତାଙ୍କ ଇନଷ୍ଟା ଗ୍ରାମରେ ମୁମ୍ବାଇ ଛାଡି ଦିଲ୍ଲୀ ଯିବା ବିଷୟରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଯାହା ପରେ ଏହା ସ୍ପଷ୍ଟ ହେଉଛି ସେ ଆଜି ନିଜ ନିର୍ବନ୍ଧରେ ମନୀଷ ମଲହୋତ୍ରାଙ୍କ ଡିଜାଇନର ଡ୍ରେସ୍ ପିନ୍ଧିବେ ରାଘବଙ୍କ ଦୁଲହନୀୟା ପରିଣୀତି ଚୋପ୍ରା ।
ନିଜର ଏକ ଚିତ୍ର ସେୟାର କରିଛନ୍ତି ଯେଉଁଥିରେ ସେ ମୁମ୍ବାଇ ବିମାନବନ୍ଦରର ଲାଉଞ୍ଜରେ ବସିଥିବାର ନଜର ଆସିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି - ପ୍ରଭାତ ଦିଲ୍ଲୀର ହେବ। ପରିଣୀତି ଚୋପ୍ରା ଆଜି ତାଙ୍କ ନିର୍ବନ୍ଧରେ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ପୋଷାକ ପିନ୍ଧିବାକୁ ଯାଉଛନ୍ତି ।












Click it and Unblock the Notifications