ସୁଫି ନାଇଟ୍ସରେ ଏପରି ଅନ୍ଦାଜରେ ନଜର ଆସିଲେ ପରିଣିତୀ ଚୋପ୍ରା-ରାଘବ ଚଢା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରା ଏବଂ ଯୁବ ରାଜନେତା ରାଘବ ଚଢା 24 ସେପ୍ଟେମ୍ବର 2023ରେ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି । ବିବାହ ରୀତିନୀତି ଆସନ୍ତା କାଲିଠୁ ଆରମ୍ଭ ହୋଇଯାଇଛି । ନିଜ ଭାବି ସ୍ୱାମୀ ରାଘବଙ୍କ ନାଁର ମେହେନ୍ଦି ମଧ୍ୟ ପରିଣିତୀଙ୍କ ହାତରେ ଲଗସରିଲାଣି । ଗତକାଲି ଅର୍ଥାତ୍ 20 ସେପ୍ଟେମ୍ବର ରାତିରେ ଦିଲ୍ଲୀର ରାଘବ ଚଢାଙ୍କ ଘରେ ଏକ ସୁଫି ନାଇଟ୍ସରେ ଆୟୋଜନ କରାଯାଇଥିଲା । ଯାହାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।

ସୁଫି ନାଇଟ୍ସରେ ପ୍ରିୟଙ୍କା ଚୋପ୍ରାଙ୍କ ମା ମଧୁ ଚୋପ୍ରା, ଭାଇ ସିଦ୍ଧାର୍ଥ ଚୋପ୍ରା ଏବଂ ଭାରତର ପୂର୍ବତନ ସ୍ପିନର ହରଭଜନ ସିଂ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ଏକ ଭିତର ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଏହି ଭିଡିଓରେ ରାଘବ ଚାଢା ଏବଂ ପାରିଣିତୀ ଚୋପ୍ରା ସୁଫି ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବା ପାଇଁ ମିଳୁଛି ।












Click it and Unblock the Notifications