'Code Name Tiranga'ର ଟ୍ରେଲର ରିଲିଜ୍, ଦେଖନ୍ତୁ ପରିଣିତୀଙ୍କ ଆକ୍ସନ
'Code Name Tiranga'ର ଟ୍ରେଲର ରିଲିଜ୍, ଦେଖନ୍ତୁ ପରିଣିତୀଙ୍କ ଆକ୍ସନ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରାଙ୍କ ଆଗାମୀ ଆକ୍ସନ ଫିଲ୍ମ 'Code Name Tiranga'ର ଟ୍ରେଲର ରିଲିଜ୍ ହୋଇଯାଇଛି । ଟ୍ରେଲର ରିଲିଜ୍ ପୂର୍ବରୁ ହିଁ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏହାକୁ ଚଳିତ ବର୍ଷର ସର୍ବୋତ୍ତମ ଡିଟେକ୍ଟିଭ୍ ଥ୍ରୀଲର ଫିଲ୍ମ ବୋଲି ଆଲଚନା ଆରମ୍ଭ ହୋଇଛି । ବର୍ତ୍ତମାନ ଫିଲ୍ମର ଟ୍ରେଲରକୁ ଦେଖି ଏହା କହିବା ଭୁଲ ହେବ ନାହିଁ ଯେ ଏହା ଏକ ଦମଦାର ଶକ୍ତିଶାଳୀ ଚଳଚ୍ଚିତ୍ର ।

ଟ୍ରେଲରରେ ପରିଣିତୀ ଚୋପ୍ରାଙ୍କୁ ଜବରଦସ୍ତ ଆକ୍ସନ କରୁଥିବା ଦେଖିବା ପାଇଁ ମିଳୁଛି । ଫିଲ୍ମରେ ଅଭିନେତ୍ରୀ ଦୁର୍ଗା ନାମକ ଜଣେ ର-ଏଜେଣ୍ଟ ଭୂମିକାରେ ନଜର ଆସିବେ । ଯିଏ ନିଜ ଦେଶ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଚଳଚ୍ଚିତ୍ରରେ ପରିଣିତୀଙ୍କୁ ନିଜ ଟ୍ୟାଲେଣ୍ଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମିଶନରେ ପଠାଯାଉଛି । ବନ୍ଧୁକ ବ୍ୟବହାର କରିବା ସହିତ, ସେ ଶାରୀରିକ ଭାବରେ ମଧ୍ୟ ଖୁବ ଫିଟ୍ ଓ ଆକ୍ଟିଭ୍ ଅଛନ୍ତି ଯେଉଁଥି ପାଇଁ ସେ ଜଣେ ସୁପର ଏଜେଣ୍ଟ ହୋଇପାରିଛନ୍ତି । ଚଳଚ୍ଚିତ୍ରରେ RAW-ଏଜେଣ୍ଟ ଭୂମିକାରେ ଅଭିନୟ କରୁଥିବା ପରିଣିତୀ ହାର୍ଡି ସାନ୍ଧୁଙ୍କ ସହ ରୋମାନ୍ସ କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ଯାହା ପରେ ଆରମ୍ଭ ହୋଇଯାଇଛି କର୍ତ୍ତବ୍ୟ ଏବଂ ପ୍ରେମ ମଧ୍ୟରେ ଯୁଦ୍ଧ । ପ୍ରାୟ ତିନି ମିନିଟର ଟ୍ରେଲରେ ସେ ବିଭିନ୍ନ ଷ୍ଟାଇଲରେ ଆକ୍ସନ୍ କରୁଥିବାର ନଜର ଆସୁଛନ୍ତି । ପ୍ରଥମ ଥର ପରିଣିତୀଙ୍କର ଏପରି ଅନ୍ଦାଜ୍ ଦେଖିବା ପାଇଁ ମିଳିଛି । ଯାହା ସିନେପ୍ରେମୀଙ୍କର ହୋସ୍ ଉଡାଇଛି ।
ଏହି ଚଳଚ୍ଚିତ୍ରଟି ତୁର୍କୀରେ ସୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ରରେ ହାର୍ଡି ସାନ୍ଧୁଙ୍କୁ ଜଣେ ଡାକ୍ତର ଭୂମିକାରେ ଦେଖିବା ପାଇଁ ମିଳିବ । 'Code Name Tiranga'ରେ ଶରଦ କେଲକର, ରଜିତ କପୁର, ଦିବିନ୍ଦୁ ଭଟ୍ଟାଚାର୍ଯ୍ୟ, ଶିଶିର ଶର୍ମା, ସାବ୍ୟସାଚ୍ଚି ଚକ୍ରବର୍ତ୍ତୀ ଏବଂ ଦିଶା ମାରିୱାଲାଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । ଫିଲ୍ମଟି ଅକ୍ଟୋବର ୧୪ରେ ସିନେମା ଘରେ ରିଲିଜ୍ ହେବ ।












Click it and Unblock the Notifications