ରାଘବ ଚଢାଙ୍କୁ ଡେଟ୍ କରୁଛନ୍ତି ପରିଣୀତି! ଶେଷରେ ନିଜ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ
ମୁମ୍ବାଇ:ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜ ପ୍ରେମ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ତାଙ୍କୁ AAP ନେତା ରାଘବ ଚଢାଙ୍କ ସହ ଏକାଠି ଦେଖିବା ପାଇଁ ମିଳିଥିଲା । ଯାହ ପରଠୁ ଖବର ଏହା ମଧ୍ୟ ପ୍ରକାଶ ପାଇ ଥିଲା ଯେ, ଉଭୟ ଖୁବ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀ ଏହି ଡେଟିଂ ଗୁଜବକୁ ନେଇ ନିଜ ନୀରବତା ଭାଙ୍ଗିଛନ୍ତି ।
ମୁମ୍ବାଇରେ ଏକାଠି ଡିନର ଡେଟ୍ କରିବାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କୁ ଅନେକ ଥର ଏକାଠି ଦେଖିବା ପାଇଁ ମିଳିଛି । ଅନେକ ଥର ବିମାନବନ୍ଦରରେ ଏକାଠି ସ୍ପଟ ହୋଇଛନ୍ତି ଏହି ଯୋଡି । ସେବାଠାରୁ ହିଁ ଏହି ଗୁଜବ ଉପରେ ବ୍ରେକ୍ ଲାଗିବାର ନାଁ ନେଉନାହିଁ । ଉଭୟ ଖୁବ୍ ଶୀଘ୍ର ସେମାନଙ୍କ ସମ୍ପର୍କ ଘୋଷଣା କରି ପାରନ୍ତି ବୋଲି ମଧ୍ୟ ଶୁଣିବା ପାଇଁ ମିଳୁଛି ।

ଅଭିନେତ୍ରୀ ପ୍ରଥମ ଥର ନିଜ ସମ୍ପର୍କକୁ ନେଇ ରିଆକ୍ସନ ଦେଇଛନ୍ତି । ସେ କହିଛନ୍ତି, 'ଯଦି ଏପରି କିଛି ହୋଇଥାନ୍ତା ତେବେ ମୁଁ କ୍ଲିୟର କରିଥାନ୍ତି ଯେ କିଛି ଭୁଲ ଧାରଣା ଅଛି ବୋଲି, ଯଦି ସ୍ପଷ୍ଟୀକରଣ ଦେବା ଆବଶ୍ୟକ ନୁହେଁ, ତେବେ ସେ ସ୍ପଷ୍ଟୀକରଣ ଦେବେ ନାହିଁ । ଅଭିନେତ୍ରୀଙ୍କ ଏହି ଉତ୍ତର ଅନେକ ଫ୍ୟାନ୍ସଙ୍କୁ କନଫ୍ୟୁଜ କରିଛି ।
ରିପୋର୍ଟ ଅନୁସାରେ ଉଭୟଙ୍କ ପ୍ରଥମ ଦେଖା ପଞ୍ଜାବରେ ହୋଇଥିଲା । ଦୀର୍ଘ ଦିନ ହେବ ପରଷ୍ପରକୁ ଡେଟ୍ କରୁଛନ୍ତି ଏହି ଯୋଡି ।
ଇନଷ୍ଟାଗ୍ରାମରେ ମଧ୍ୟ ପରସ୍ପରକୁ ଫଲୋ କରନ୍ତି ପରିଣୀତି ଏବଂ ରାଘବ । ଏବେ ଅପେକ୍ଷା କେବେ ନିଜ ସମ୍ପର୍କକୁ ଅଫିସିଆଲ୍ କରୁଛନ୍ତି ପରିଣୀତି ଏବଂ ରାଘବ ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ -
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର












Click it and Unblock the Notifications