ଏହି ଦିନ ଆପ ନେତା ରାଘବ ଚଡ୍ଡା -ପରିଣିତୀ ଚୋପ୍ରାଙ୍କର ହେବ ନିର୍ବନ୍ଧ
ମୁମ୍ବାଇ:ଆଜିକା ତାରିଖରେ ପରିଣିତୀ ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ପ୍ରଶଂସତ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାାରେ ବର୍ତ୍ତମାନ ଏହି ଅପେକ୍ଷାକ ଖୁବ ଶୀଘ୍ର ଅନ୍ତ ହେବା ପାଇଁ ଯାଉଛି ।
ଏହି ଦିନ ରାଘବ -ପରିଣିତୀ ଚୋପ୍ରାଙ୍କର ହୋଇପାରେ ନିର୍ବନ୍ଧ
ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରା ଏବଂ ଆପ୍ ନେତା ରାଘବ ଚଡ୍ଡାଙ୍କ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ସବୁଠି ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ଅନେକ ଥର ଏକାଠି ବିମାନ ବନ୍ଦରରେ ଦେଖିବା ପାଇଁ ମିଳିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ନିଜ ସମ୍ପର୍କକୁ ନେଇ କୌଣସି ସୂଚନା ଦେଇ ନାହାଁନ୍ତି ।

ହେଲେ ବର୍ତ୍ତମାନର ରିପୋର୍ଟ ଅନୁସାରେ ଖୁବ୍ ଶୀଘ୍ର ଏହି ଦମ୍ପତି ପ୍ରଶଂସକମାନଙ୍କୁ ଭଲ ଖବର ଦେବାକୁ ଯାଉଛନ୍ତି । ରାଘବ ଚଡ୍ଡା ଏବଂ ପରିଣିତୀ ଚୋପ୍ରାଙ୍କ ନିର୍ବନ୍ଧ ତାରିଖ ପ୍ରକାଶ ପାଇଛି । ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁସାରେ ପରିଣିତୀ ଏବଂ ରାଘବ ଏହି ମାସ ଅର୍ଥାତ୍ ମେ ୧୩ ତାରିଖରେ ନିର୍ବନ୍ଧ କରିପାରନ୍ତି ।
ଏହି ଦମ୍ପତି ୧୩ ମେ'ରେ ଦିଲ୍ଲୀରେ ନିର୍ବନ୍ଧ କରିପାରନ୍ତି । ଖବର ଏହା ମଧ୍ୟ ରହିଛି ଯେ ଏହି ତାରିଖରେ ଉଭୟ ନିଜ ସମ୍ପର୍କକୁ ନେଇ ଅଫିସିଆଲ ଘୋଷଣା ମଧ୍ୟ କରିପାରନ୍ତି । ସେହିପରି ଚଳିତ ବର୍ଷ ଅକ୍ଟୋବର ମାସରେ ରାଘବ-ପରିଣିତୀ ବିବାହ ମଧ୍ୟ କରିପାରନ୍ତି । ହେଲେ ଏହି ଖବରକୁ ନେଇ ଉଭୟଙ୍କ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ ।












Click it and Unblock the Notifications