ପରିଣିତି ଚୋପ୍ରା ଏବଂ ସାଂସଦ ରାଘବଙ୍କ ନିର୍ବନ୍ଧ ! ଆପ୍ ସାଂସଦ ଜଣାଇଲେ ଶୁଭେଚ୍ଛା

ମୁମ୍ବାଇ:ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଡ୍ଡାଙ୍କ ପ୍ରେମ ଚର୍ଚ୍ଚା ଜୋର ଧରିଛି । ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି । ମୁମ୍ବାଇରେ କ୍ରମାଗତ ଭାବେ ଦୁଇ ଦିନ ଲଞ୍ଚ୍ ଏବଂ ଡିନରରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଯାହା ପରେ ସେମାନଙ୍କ ଡେଟିଂ ଖବର ରହିଥିଲା ହେଡଲାଇନରେ । ଏହାରି ମଧ୍ୟରେ ସାଂସଦ ସଞ୍ଜୀବ ଆରୋରା ମଧ୍ୟ ଟ୍ୱିଟ୍ କରି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୀବ ଅରୋରା ଅଭିନେତ୍ରୀ ପରିଣିତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, 'ମୁଁ ପରିଣିତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କୁ ମୋ ତରଫରୁ ଅଭିନନ୍ଦନ ଜଣାଉଛି । ମୋର ଶୁଭେଚ୍ଛା ।' ସାଂସଦ ସଞ୍ଜୀବ ଆରୋରାଙ୍କ ଏହି ଟ୍ୱିଟ୍ ପରେ ପରିଣିତି ଚୋପ୍ରା ଏବଂ ରାଘବ ଚଢାଙ୍କ ନିର୍ବନ୍ଧ ହୋଇ ସାରିଛି ବୋଲି ଚର୍ଚ୍ଚା ଜୋର ଧରିଛି ।
I extend my heartfelt congratulations to @raghav_chadha and @ParineetiChopra. May their union be blessed with an abundance of love, joy, and companionship. My best wishes!!! pic.twitter.com/3fSWVT4evR
— Sanjeev Arora (@MP_SanjeevArora) March 28, 2023
ନିକଟରେ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ଆମ୍ ଆଦମୀ ପାର୍ଟି ନେତା ତଥା ପଞ୍ଜାବର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ସହ ନଜର ଆସିଥିଲେ । ଉଭୟଙ୍କୁ ଏକା ରଙ୍ଗାର ଡ୍ରେସ୍ ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ଯାହା ପରଠୁ ହିଁ ଉଭୟଙ୍କ ଡେଟିଂ ଖବରକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା ।












Click it and Unblock the Notifications