ଅଭିନେତା ପପୁ ପମ୍ପମ୍ଙ୍କୁ ହାଇକୋର୍ଟଙ୍କ କ୍ଳିନ୍ଚିଟ୍
Papu Pom Pom Casting Couch Case :ଅଭିନେତା ପପୁ ପମ୍ପମ୍ଙ୍କୁ ହାଇକୋର୍ଟଙ୍କ କ୍ଳିନ୍ଚିଟ୍
ଭୁବନେଶ୍ୱର: କାଷ୍ଟିଂ କାଉଚ ମାମଲାରେ ୨୦୧୬ରେ ଅଭିନେତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଆଜି ପପୁ ଏବଂ ତାଙ୍କ ସହଯୋଗୀ ଗିଟୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ତାଙ୍କୁ ଦୋଷମୁକ୍ତ କରାଯାଇଛି । ୨୦୧୬ରେ ପୁପୁଙ୍କ ନାଁରେ କାଷ୍ଟିଂକାଉଚ୍ ଅଭିଯୋଗ କରିଥିଲେ ଭୁବନେଶ୍ୱରର ଜନୈକ ନାବାଳିକା । ଥାନାରେ ମାମଲା ରୁଜୁ ହେବା ପରେ ପପୁ ଓ ତାଙ୍କ ସହଯୋଗୀ ଫେରାର ଥିଲେ ପରେ ତାଙ୍କୁ ୩୦ ଜୁଲାଇରେ ପୁରୀରୁ ଗିରଫ କରାଯାଇଥିଲା । ଯେଉଁଥି ପାଇଁ ତାଙ୍କୁ ୪୩ ଦିନ ଜେଲରେ ରହିବା ପାଇଁ ପଡିଥିଲା । ଅଗଷ୍ଟ ୧୦ରୁ ବେଲ୍ରେ ଥିଲେ ପପୁ ।

ସିନେମାରେ କାମ କରାଇବା ଲାଳସା ଦେଖାଇ ପପୁ ପମ୍ପମ୍ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ଜଣେ ନାବାଳିକା । ଯାହା ପରେ ପପୁଙ୍କୁ ନେଇ ଚର୍ଚ୍ଚା ଯୋରଧରିଥିଲା । ନାବାଳିକା ଜଣକ ତାଙ୍କ ନାଁରେ ଅଭିଯୋଗ କରିନାହାନ୍ତି ବରଂ ନାବାଳିକାଙ୍କଠାରୁ ସାଧା କାଗଜରେ ଦସ୍ତଖତ ନିଆଯାଇଥିଲା ଏ କଥା ନାବାଳିକା ତାଙ୍କୁ ନିଜେ କହିଛନ୍ତି ବୋଲି ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇଛନ୍ତି ପପୁ ପମ୍ପମ୍ । ତେବେ ୬ ବର୍ଷ ପରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି ଅଭିନେତା ପପୁ ପମ୍ପମ୍ ।












Click it and Unblock the Notifications