Pankaj Udhas Death: ଜାଣନ୍ତୁ କେମିତି ହେଲା ଭେଟେରାନ୍ ବଲିଉଡ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ଦେହାନ୍ତ
Pankaj Udhas: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ରହିଛି । ଜଣାଶୁଣା ଭେଟେରାନ୍ ବଲିଉଡ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି । 72 ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଏନେଇ ତାଙ୍କ ଝିଅ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ପଙ୍କଜ ଉଧାସଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଝାୟା ଖେଳିଯାଇଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ସୋସିଆଲ୍ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
ସ୍ୱର୍ଗତ ଗାୟକ ପଙ୍କଜ ଉଧାସଙ୍କ ଝିଅଙ୍କ ସୂଚନା ଅନୁସାରେ, ତାଙ୍କ ପିତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଦୀର୍ଘ ଦିନ ଧରି ବିଭିନ୍ନ ରୋଗରେ ପୀଡିତ ଥିଲେ। ଯେଉଁଥି ପାଇଁ ସେ କୌଣସି ପାର୍ଟୀ କିମ୍ବା ଇଭେଣ୍ଟରେ ଯୋଗ ଦେଇ ପାରିନଥିଲେ। ବୟସ ବୃଦ୍ଧି ହେତୁ ସେ ଅନେକ ପ୍ରକାରର ଶାରୀରିକ ସମସ୍ୟାରେ ପୀଡିତ ଥିଲେ। ହେଲା ତାଙ୍କ ଝିଅ ପିତାଙ୍କ ରୋଗ ବିଷୟରେ ଅଧିକ କିଛି ସୂଚନା ଦେଇନାହାଁନ୍ତି ।

ଖବର ଅନୁସାରେ, ଗାୟକ ପଙ୍କଜ ଉଧାସଙ୍କର ଆଜି ସକାଳ 11 ଟା ସମୟରେ ମୁମ୍ବାଇରେ ମୃତ୍ୟୁ ହୋଇଥିଲା। କିଛି ସମୟ ପାଇଁ ତାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଡାକ୍ତରଖାନାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ସୂଚନା ରହିଛି । ପଙ୍କଜ ଉଧାସ କିଛି ମାସ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ଜାରି ରହିଥିଲା । ତାଙ୍କର ଶେଷ ରୀତିନୀତି 27 ଫେବୃଆରୀରେ ମୁମ୍ବାଇରେ ଅନୁଷ୍ଠିତ ହେବ । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ।
ସେ ପ୍ରାୟ 50ରୁ ଅଧିକ ଆଲବମ୍ ଗୀତ ଗାଇଛନ୍ତି । ହେଲେ 'ଚିଠି ଆଇ ହୈ', ଚାନ୍ଦି ଜେସା ରଙ୍ଗ ହୈ ତେରା, ନ କଜରେ କେ ଧାର, ମତ୍ କର ଇତନା ଗୁରୁର, ଜିଏଁ ତୋ ଜିଏଁ ପରି ଆମବମ୍ ତାଙ୍କୁ ସିନେମା ଏବଂ ସଙ୍ଗୀତ ଜଗତରେ ଏକ ନୂଆ ପରିଚୟ ଦେଇଥିଲା । 2006 ମସିହାରେ ପଙ୍କଜ ଉଧାସଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ସୂଚନାଥାଉ ଯେ, ମେ 17 1951 ଗୁଜୁରାଚ ଜୀତପୁରରେ ପଙ୍କଜ ଉଧାସଙ୍କ ଜନ୍ମ ହୋଇଥିଲା । ତାଙ୍କ ପିତା ଜଣେ କୃଷକ ଏବଂ ତାଙ୍କ ଦୁଇ ଭାଇ ମଧ୍ୟ ସିଙ୍ଗର ଥିଲେ । ପଙ୍କଜ ଫରିଦାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର 3ଟି ଝିଅ ଅଛନ୍ତି ।












Click it and Unblock the Notifications