ଆରପାରିରେ ପଙ୍କଜ ଉଧାସ: ଆଜି ହେବ ଅନ୍ତିମ ସଂସ୍କା

Pankaj Udhas Death: ଅପରାହ୍ନରେ ଗାୟକ ପଙ୍କଜ ଉଧାସଙ୍କ ଅନ୍ତିମ ସଂସ୍କାର । ପଙ୍କଜ ଉଧାସଙ୍କ ମୃତଦେହ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରୁ କାର୍ମାଇକେଲ ରୋଡରେ ଥିବା ତାଙ୍କ ବଙ୍ଗଳାକୁ ଅଣାଯାଇଛି । ଘରୁ ଡାକ୍ତରଖାନାକୁ ଏକ ଆମ୍ବୁଲାନ୍ସ ଯାଇଥିଲା । ପାର୍ଥିବ ଶରୀରକୁ ଦିନ ପ୍ରାୟ 2.30 ପର୍ଯ୍ୟନ୍ତ ରଖାଯିବ ଏବଂ ସମସ୍ତେ ପ୍ରସିଦ୍ଧ ଗଜଲ ଗାୟକଙ୍କ ଶେଷ ଦର୍ଶନ କରିବେ । ଏହା ପରେ ଅପରାହ୍ନ 3 ଟା ପରେ ବୁର୍ଲିର ହିନ୍ଦୁ ଶବଦାହ ସ୍ଥଳରେ ଶେଷ ରୀତିନୀତି ହେବା ନେଇ ସୂଚନା ରହିଛି ।

Pankaj Udhas

ବିହାର ସିଏମ ନୀତୀଶ କୁମାର ଏବଂ ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଗଜଲ ଗାୟକଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ଗତକାଲି ପ୍ରଧାନମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଥିଲେ । ସେହିପରି ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ପଙ୍କଜ ଉଧାସଙଅକୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

26 ଫେବ୍ରୁଆରୀ 2024ରେ 72 ବର୍ଷ ବୟସରେ ପଙ୍କଜ ଉଧାସଙ୍କ ଦେହାନ୍ତ ହୋଇଥିଲା । ଏନେଇ ତାଙ୍କ ଝିଅ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ପଙ୍କଜ ଉଧାସଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଝାୟା ଖେଳିଯାଇଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ସୋସିଆଲ୍ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ସ୍ୱର୍ଗତ ଗାୟକ ପଙ୍କଜ ଉଧାସଙ୍କ ଝିଅଙ୍କ ସୂଚନା ଅନୁସାରେ, ତାଙ୍କ ପିତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଦୀର୍ଘ ଦିନ ଧରି ବିଭିନ୍ନ ରୋଗରେ ପୀଡିତ ଥିଲେ। ଯେଉଁଥି ପାଇଁ ସେ କୌଣସି ପାର୍ଟୀ କିମ୍ବା ଇଭେଣ୍ଟରେ ଯୋଗ ଦେଇ ପାରିନଥିଲେ। ବୟସ ବୃଦ୍ଧି ହେତୁ ସେ ଅନେକ ପ୍ରକାରର ଶାରୀରିକ ସମସ୍ୟାରେ ପୀଡିତ ଥିଲେ।

ଖବର ଅନୁସାରେ, ଗାୟକ ପଙ୍କଜ ଉଧାସଙ୍କର ସୋମବାର ସକାଳ 11 ଟା ସମୟରେ ମୁମ୍ବାଇରେ ମୃତ୍ୟୁ ହୋଇଥିଲା। କିଛି ସମୟ ପାଇଁ ତାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଡାକ୍ତରଖାନାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ସୂଚନା ରହିଛି । ପଙ୍କଜ ଉଧାସ କିଛି ମାସ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ଜାରି ରହିଥିଲା । ତାଙ୍କର ଶେଷ ରୀତିନୀତି 27 ଫେବୃଆରୀରେ ମୁମ୍ବାଇରେ ଅନୁଷ୍ଠିତ ହେବ । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+