Get Updates
Get notified of breaking news, exclusive insights, and must-see stories!

Pankaj Udhas:ସଫଳତା ହାସଲ କରିବା ଏତେ ସହଜ ନଥିଲା, ପ୍ରଥମ ଗୀତରେ ମିଳିଥିଲା ମାତ୍ର ୫୧ ଟଙ୍କା

Pankaj Udhas Death: ବଲିଉଡ ଭେଟେରାନ ଗଜଲ ଗାୟକ ପଙ୍କଜ ଉଧାସ 72 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗାୟକ ଦୀର୍ଘ ଦିନ ଅସୁସ୍ଥ ଥିବା ବେଳେ ଆଜି ସେ ଶେଷ ନିଃଶ୍ୱାସ ତ୍ୱାଗ କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ତାଙ୍କ ଝିଅ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଚାଲନ୍ତୁ ଜାଣିବା ତାଙ୍କ ଜୀବନର କିଛି ଅଜଣା କଥା ।

ଭାରତର ଗୁଜୁରାଟର ଜେତପୁରରେ 17 ମଇ 1951 ରେ ଜନ୍ମଗ୍ରହଣ କରିଥିବା ପଙ୍କଜ ଉଧାସ ତାଙ୍କ ଗଜଲ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଥିଲେ । ହେଲେ ସଫଳତା ପାଇବା ପାଇଁ ତାଙ୍କୁ କଠିନ କରିବା ପାଇଁ ପଡିଥିଲା । ଖୁବ୍ କମ୍ ଲୋକ ଜାଣିଥିବେ ଯେ, ପଙ୍କଜ ଉଧାସଙ୍କ ପିତା ଏବଂ ଭାଇ ସଙ୍ଗୀତ ସହିତ ଜଡିତ ଥିଲେ । ତେଣୁ ସେ ମଧ୍ୟ ଏଥିରେ କ୍ୟାରିୟର ଗଢିବାର ନିଷ୍ପତ୍ତି ନେଇଥିଲେ ।

Pankaj Udhas

ଭାରତ-ଚୀନ୍ ଯୁଦ୍ଧ ସମୟରେ ପଙ୍କଜ ଉଧାସ ପ୍ରଥମ ଗୀତ 'Ae Mere Wattan Ke Logo' ଗାଇଥିଲେ । ଯେଉଁଥି ପାଇଁ ତାଙ୍କୁ ପୁରସ୍କାର ସ୍ୱରୂପ ମାତ୍ର 51 ଟଙ୍କା ମିଳିଲା । ଏହାପରେ ସେ ପଙ୍କଜ ସ୍କୁଲ ପ୍ରାର୍ଥନା ସଭାରେ ଗୀତ ଗାଉଥିଲେ ଏବଂ କଲେଜରେ ପହଞ୍ଚିବା ପରେ ସେ ତବଲା ବଜାଇବା ଆରମ୍ଭ କରିଥିଲେ। ଏହାରି ମଧ୍ୟ ତାଙ୍କୁ ଫିଲ୍ମରେ ଗୀତ ଗାଇବାର ମୌକା ମିଳିଥିଲା ।

ମାତ୍ର 21 ବର୍ଷ ବୟସରେ ସେ ଚଳଚ୍ଚିତ୍ର ନିର୍ମାତା ଉଷା ଖାନ୍ନାଙ୍କ ଫିଲ୍ମ 'କାମନା'ରେ ଗୀତ ଗାଇବାର ସୁଯୋଗ ପାଇଥିଲେ । ଏହି ଚଳଚ୍ଚିତ୍ରରେ ପଙ୍କଜ "Tum Kabhi Samne Aa Jao To" ଗୀତ ଗାଇଥିଲେ, ଯାହା ସୁପର ହିଟ୍ ହୋଇଥିଲା । ଏହି ଗୀତ ପରେ ଚାଙ୍କୁ ବଡ଼ ସଫଳତା ମିଳିବା ସହ ଏକ ନୂଆ ପରିଚୟ ମିଳିଥିଲା । ହେଲେ ସେହି ସମୟରେ ବି ସଫଳତା ଗାୟକଙ୍କଠାରୁ ବହୁତ ଦୂରରେ ଥିଲା । ଏହା ପରେ ସେ ଛୋଟ ଛୋଟ କାର୍ଯ୍ୟକ୍ରମରେ ଗୀତ ଗାଇବା ଆରମ୍ଭ କରିଥିଲେ ।

1980 ମସିହାରେ ପଙ୍କଜ ଉଦାସଙ୍କ ଆଲବମ୍ 'ଆହାଟ୍' ରିଲିଜ୍ ହୋଇଥିଲା । ଯାହା ହିଟ୍ ହେବା ସହ ତାଙ୍କୁ ଅନେକ ଫିଲ୍ମରେ ଗୀତ ଗାଇବା ସୁଯୋଗ ମିଳିଥିଲା । ପଙ୍କଜ ଉଧାସ ହିନ୍ଦୀ ସିନେମାର ଜଣେ ଲୋକପ୍ରିୟ ଗଜଲ ଗାୟକ ଥିଲେ । ଗାୟକ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+