ରିଲିଜ୍ ହେଲା 'Panchayat 3'ର ଟ୍ରେଲର
Panchayat 3 Trailer: ରିଲିଜ୍ ହେଲା 'ପଞ୍ଚାୟତ ୩'ର ମୋଷ୍ଟ ଅୱେଟେଡ୍ ଟ୍ରେଲର । ରିଲିଜ୍ ହେବା ପରେ ଟ୍ରେଲରକୁ ବେଶ୍ ଲୋକପ୍ରିୟତା ମିଳୁଛି ଏବଂ ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବଢିବାରେ ଲାଗିଛି । ତେବେ କ'ଣ 'ଫୁଲେରା'ର ବେକରା ରାଜନିତୀରୁ ଅଭିଷେକ ସିଂ ବାହାରି ପାରିବେ ତାହାର ପ୍ରଶ୍ନର ଉତ୍ତର Panchayat 3ରେ ସ୍ପଷ୍ଟ ହେବ ।

୮ ଏପିସୋଡର ଏହି ନୂତନ ସିଜିନ ପୁଣି ଥରେ ଫୁଲେରା ଗାଁର ଆକର୍ଷଣୀୟ କାହାଣୀ ଦର୍ଶକଙ୍କ ମନ ଜିଣିବା ପାଇଁ ପ୍ରସ୍ତୁତ । 'Panchayat 2'ରେ ବାକି ରହିଯାଇଥିବା କାହାଣୀ ଏବଂ ଦର୍ଶକଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପ୍ରଶଂସକମାନେ ପାଇବେ । ଟ୍ରେଲରରେ ସଚିବ ଦୁଇ ଗୁଣ୍ତାଙ୍କ ମଧ୍ୟରେ ଫସି ରହିଥିବାର ଦେଖିବାକୁ ମିଳୁଛି ।
'ସିଜିନ୍ ୩'ରେ ପୁଣି ଦର୍ଶକଙ୍କ ମନରେ ରାଜ୍ କରିବା ପାଇଁ ପ୍ରସ୍ତୁତ ଅଛି । ନିଜ ନିଜର ରୋମାଞ୍ଚକ କାହାଣୀ ସହ ପୁଣି ଫୁଲେରା ଗାଁର ଲୋକ ଦର୍ଶକଙ୍କ ମନୋରଞ୍ଜନ କରିବ । ଜିତେନ୍ଦ୍ର କୁମାର, ନୀନା ଗୁପ୍ତା, ରଘୁବୀର ଯାଦବ, ଫୈସଲ ମଲିକ, ଚନ୍ଦନ ରୟ ଏବଂ ସାନଭିକାଙ୍କ ପରି କଳାକାର ମାନେ ପୁଣି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ।












Click it and Unblock the Notifications