ଗିରଫ ହେଲେ ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନ

Pakistani Singer Rahat Fateh Ali Khan Arrested: ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କୁ ଦୁବାଇ ବିମାନବନ୍ଦରରେ ଗିରଫ କଲା ପୋଲିସ । ତାଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛିନ୍ତି । ତେବେ ଗାୟକ ଏକ କନସର୍ଟରେ ଯୋଗ ଦେବା ପାଇଁ ଦୁବାଇ ଗସ୍ତରେ ଯାଇଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି ।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାହତ ଫତେହ ଅଲି ଖାନଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦ ଏହି ଗାୟକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦୁବାଇ ବିମାନବନ୍ଦରରେ ଗିରଫ କରାଯାଇଛି। ଏହା ମଧ୍ୟ କୁହାଯାଉଛି ଯେ ରାହତ ଫତେହ ଅଲି ଖାନଙ୍କୁ ୟୁଏଇରେ ରହିବା ସମୟରେ ବୁର୍ଜ ଦୁବାଇ ପୋଲିସ ଷ୍ଟେସନରେ ଅଟକ ରଖାଯାଇଥିଲା।

Rahat Fateh Ali Khan

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଦୀର୍ଘ ଦିନ ଧରି ରାହତ ଫତେହ ଅଲି ଖାନ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ସଲମାନ ଅହମ୍ମଦ ଦୁବାଇ ଏବଂ ଅନ୍ୟାନ୍ୟ ସହରରେ ଗାୟକଙ୍କ ବିରୋଧରେ ମାମଲା ରୁଜୁ କରିଥିବା ନେଇ ସୂଚନା ରହିଛି ।

ଏହା ପୂର୍ବରୁ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ରାହତ ଫତେହ ଅଲି ଖାନଙ୍କ ଉପରେ କଟକଣା ଲଗାଇଥିଲା। 12 ବର୍ଷ ମଧ୍ୟରେ ସ୍ଥାନୀୟ ତଥା ଆନ୍ତର୍ଜାତୀୟ ସଂଗୀତ କନ୍ସର୍ଟରୁ ରାହତ ପ୍ରାୟ 8 ବିଲିୟନ ଟଙ୍କା ରୋଜଗାର କରିଥିବା ଅଭିଯୋଗ ହୋଇଥିଲା। ଏଭଳି ପରିସ୍ଥିତିରେ ଗାୟକଙ୍କ ବିରୋଧରେ ଅର୍ଥ ହେରଫେର ତଥା ଟିକସ ଫାଙ୍କିବା ଅଭିଯୋଗର ଏଜେନ୍ସି ତଦନ୍ତ ଆରମ୍ଭ କରିଛି।

ଏହା ବ୍ୟତୀତ ରାହତ ଫତେହ ଅଲି ଖାନ ନିଜ ଘରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ମାଡ ମାରିବାର ଯାହାର ଏକ ଭିଡିଓ ଭାଇରାଲ ହେବାପରେ ତାଙ୍କ ସମସ୍ୟା ବଢିଯାଇଥିଲା । ଯାହା ପରେ ସେ ଏହି ଭିଡିଓରକୁ ସ୍ପଷ୍ଟିକରଣ ମଧ୍ୟ ଦେଇଥିଲେ । ଏହି ଭିଡିଓ ବେଶ୍ ଭାଇରାଲ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+