ଦୁଇଟି ସ୍ଥାନରେ ରିସେପ୍ସନ୍ ପାର୍ଟି ଦେବେ ପରିଣିତୀ-ରାଘବ, ଯୋଗ ଦେବେ ଅନେକ ସେଲିବ୍ରିଟି
Parineeti-Raghav Reception: ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢାଙ୍କ ବିବାହ ଶେଷ ହୋଇଛି । ସେପ୍ଟେମ୍ବର 24ରେ, ଏହି ଦମ୍ପତି ନିଜ ପରିବାର ଏବଂ କିଛି ଖାସ୍ ବନ୍ଧୁଙ୍କ ଉପସ୍ଥିତିରେ ସବୁ ଦିନ ପାଇଁ ଏକ ହୋଇଛନ୍ତି । ଉଭୟଙ୍କ ବିବାହ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆମେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବିବାହ ପରେ 24 ସେପ୍ଟେମ୍ବରରେ ଲୀଲା ପ୍ୟାଲେସରେ ବନ୍ଧୁ ଏବଂ ପରିବାରଙ୍କ ପାଇଁ ଏକ ରିସେପ୍ସନ୍ ପାର୍ଟିର ଆୟୋଜନ କରାଯାଇଥିଲା । ଏହା ପରେ ଏହି ଦମ୍ପତି ବିବାହ କରି ନୂଆଦିଲ୍ଲୀ ଫେରି ଆସିଥିଲେ । ଯେଉଁଠାରେ ଏହି ଷ୍ଟାର ଦମ୍ପତ୍ତିଙ୍କୁ ବେଶ୍ ଖାସ ଅନ୍ଦାଜରେ ସ୍ୱାଗତ କରାଯାଇଥିଲା । ବର୍ତ୍ତମାନ ଖବର ଆସୁଛି ଯେ ଏହି ଦମ୍ପତି ଖୁବ୍ ଶୀଘ୍ର ଆଉ ଏକ ରିସେପ୍ସନ୍ ପାର୍ଟିର ଆୟୋଜନ ହେବାକୁ ଯାଉଛନ୍ତି । ତେବେ ଏହି ରିସେପ୍ସନ୍ ପାର୍ଟିର ନିମନ୍ତ୍ରଣ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନ୍ୟୁଜ୍ 18 ରିପୋର୍ଟ ଅନୁସାରେ, ପରିଣିତୀ ଚୋପ୍ରା ଏବଂ ରାଘବ ଚଢା ମୁମ୍ବାଇରେ ଏକ ଗ୍ରାଣ୍ତ ରିସେପ୍ସନ୍ ପାର୍ଟିର ଆୟୋଜନ କରିବେ । ଯେଉଁଥିରେ ଅନେକ ବଲିଉଡ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ରାଜ ନେତା ମାନେ ଯୋଗ ଦେବେ । ସେହିପରି ଚଣ୍ଡିଗଡ଼ର ତାଜ ହୋଟେଲରେ ଆୟୋଜିତ ରିସେପ୍ସନର ନିମନ୍ତ୍ରଣ ପତ୍ର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ ।
ଏହି ଭାଇରାଲ୍ ନିମନ୍ତ୍ରଣ ପତ୍ର ଅନୁସାରେ, ଦମ୍ପତି ବର୍ତ୍ତମାନ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ରିସେପ୍ସନ୍ ପାର୍ଟିର ଆୟୋଜନ କରିବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନାହିଁ କିନ୍ତୁ ଏହି ନିମନ୍ତ୍ରଣ ପତ୍ର ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ସୂଚନାଥାଉ ଯେ, ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢା ସେପ୍ଟେମ୍ବର 24ରେ ଉଦୟପୁର ସ୍ଥିତ ଲୀଲା ପ୍ୟାଲେସରେ ବିବାହ କରିଥିଲେ । କିଛି ଘନିଷ୍ଠ ବନ୍ଧୁ ଏବଂ ପରିବାରର ଉପସ୍ଥିତିରେ ଏହି ଦମ୍ପତି ସବୁଦିନ ପାଇଁ ଏକାଠି ହୋଇଛନ୍ତି । ଉଭୟଙ୍କ ବିବାହକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ପରିଣିତୀ ଚୋପ୍ରାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।












Click it and Unblock the Notifications