କ୍ୟାପିଟାଲ୍ ହସ୍ପିଟାଲର ୫୫୩ଟି ଶଯ୍ୟାକୁ ଅମ୍ଳଯାନ ପାଇପ୍ ସଂଯୋଗ କରାଯିବ, ଏହାସହ ପ୍ରତିଷ୍ଠା ହେବ ମଡ୍ୟୁଲାର କିଚେନ୍
Oxygen Plant Installation Will Be Done At Capital Hospital: Around 553 Beds Will Be Connected Through Inhouse Pipelines ,କ୍ୟାପିଟାଲ୍ ଡାକ୍ତରଖାନା ପରିସରରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯିବ
ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲର ୩ଟି ପ୍ରସ୍ତାବକୁ ଆରକେଏସର ଲାଗିଲା ମୋହର । ଏଣିକି ଅକ୍ସିଜେନର ଅଭାବରୁ ଆଉ ହେବ ନାହିଁ ରୋଗୀଙ୍କର ମୃତ୍ୟୁ । କ୍ୟାପିଟାଲ୍ ହସ୍ପିଟାଲର ପ୍ରତ୍ୟକ ୱାର୍ଡରେ ବିଛାଯିବ ଅକ୍ସିଜେନ ପାଇପ । ଡାକ୍ତରଖାନ ପରିସରରେ ହିଁ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯିବ । ଡାକ୍ତରଖାନରେ ୫୫୩ଟି ଅଞ୍ଜୁରୀପ୍ରାପ୍ତ ବେଡ୍ ରହିଛି ଏବେ ସମସ୍ତ ବେଡକୁ ସଂଯୋଗ କରାଯିବ ଅକ୍ସିଜେନ୍ ପାଇପ୍ ଲାଇନ୍ । ଏଥିପାଇଁ ଆବଶ୍ୟକ ବ୍ୟୟ ଅଟକଳ ରିପୋର୍ଟ ପୂର୍ତ୍ତ ବିଭାଗକୁ ପ୍ରଦାନ କରିବାକୁ କ୍ୟାପିଟାଲ ଡାକ୍ତରଖାନା ରୋଗୀକଲ୍ୟାଣ ସମିତିର ସାଧାରଣ ପରିଷଦ ବୈଠକରେ ଆଲୋଚନା ହୋଇଛି । ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିସାରିଛି । ସେହିପରି ମଡ୍ୟୁଲାର କିଚେନ୍ ଓ ଲଣ୍ତ୍ରିଂ ମଧ୍ୟ ଖୋଲାଯିବ । ରୋଗୀଙ୍କୁ ସବୁ ପ୍ରକାର ସୁବିଧା ମିଳିପାରୁଛି କି ନାହଁ ସେଥିପାଇଁ ପ୍ରତି ମାସରେ ସର୍ଭେ କରାଯିବା । ସଫେଇ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ କାର୍ଯ୍ୟ ଉପରେ ମଧ୍ୟ ନଜର ରଖାଯିବ । ପ୍ରତ୍ୟକ ଦିନ ଡାକ୍ତରଖାନାରେ ପାଣିର ମାନ ଯାଞ୍ଚ କରିବା ସହ ଡାକ୍ତରଖାନାର ଖାଦ୍ୟର ମଧ୍ୟ ଯାଞ୍ଚ କରାଯିବ ।













Click it and Unblock the Notifications