ଆଉଟ୍‌ସାଇଡରଙ୍କୁ ଇଣ୍ଡଷ୍ଟ୍ରିରେ କମ୍‌ ସୁଯୋଗ : ଅଦା ଶର୍ମା

Bollywood News: Outsider Have No Scope In The Industries: Ada Sharma .ଆଉଟ୍‌ସାଇଡରଙ୍କୁ ଇଣ୍ଡଷ୍ଟ୍ରିରେ କମ୍‌ ସୁଯୋଗ : ଅଦା ଶର୍ମା

ମୁମ୍ବାଇ: ବଲିଉଡର ପିଛା ଛାଡୁନାହିଁ ବିବାଦ । ଏବେ ଆଉ ଜଣେ ଅଭିନେତ୍ରୀ ବଲିଉଡକୁ ଟାର୍ଗେଟ୍ କରିଛନ୍ତି । ହରର ଫିଲ୍ମ '୧୯୨୦' ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ଅଦା ଶର୍ମା । ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଥିଲା । ଅଭିନେତ୍ରୀ ଅଦାଙ୍କ ଅଭିନୟକୁ ମଧ୍ୟ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ସଫଳତା ସତ୍ୱେ ଅଦାଙ୍କୁ ୪ବର୍ଷ ପରେ ୨ୟ ଫିଲ୍ମ ଅଫର ମିଳିଥିଲା । ତେବେ ୧୦ ବର୍ଷ ମଧ୍ୟରେ ୧୬ଟି ଫିଲ୍ମ କରିଛନ୍ତି ଅଭିନେତ୍ରା ଅଦା ।

ada sharma

ବଲିଉଡରେ ସୁଯୋଗ ପାଇବା ବହୁତ କଷ୍ଟକର ହୋଇଥାଏ ବୋଲି ଅଦା କହିଛନ୍ତି । କଠିନ ପରିଶ୍ରମ କଲେ ମଧ୍ୟ ଏଠି ଭଲ ଫଳ ମିଳେ ନାହିଁ । ଅନେକ ସ୍ୱପ୍ନ ନେଇ ସେ ଅଭିନୟ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ । ଏ ରଙ୍ଗିନ ସୁନ୍ଦର ଦୁନିଆରେ ବଞ୍ଚିବା ସହଜ ବୋଲି ପ୍ରଥମେ ତାଙ୍କ ଧାରଣ ଥିଲା । ସେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ସମୟରେ କାହାରୁ ଚିହ୍ନି ନଥିଲେ । କେବଳ ଅଭିନୟ ଓ ଡ୍ୟାନ୍ସ ଜାଣିଥିଲେ, ଏତିକି ଯଥେଷ୍ଟ ବୋଲି ଭାବି ସେ ସିନେମା ଜଗତରେ ପାଦ ଦେଇଥିଲେ । ହେଲେ ସମୟ ବିତିବା ସହ ସେ ମାୟାନଗରୀର ମାୟାକୁ ବୁଝି ପାରିଥିଲେ । ଶେଷରେ ସେ ହୃଦୟଙ୍ଗମ କରିଥିଲେ ଯେ ଯଦି ଜଣେ କଳାକାର ଇଣ୍ଡଷ୍ଟ୍ରି ଭିତରର ନୁହେଁ, ତେବେ ତାକୁ ଏଠି ସୁଯୋଗ ମିଳିବା ଅତ୍ୟନ୍ତ କଷ୍ଟକର।
2

ଅଦା ନିଜ ପ୍ରାରମ୍ଭିକ ଦିନ କଥା ସେ ମନେପକାଇଥିଲେ ସେ କହଛନ୍ତି, ଗୋଟିଏ ଫିଲ୍ମ ପାଇଁ ସେ କଣ୍ଟ୍ରାକ୍ଟ ସାଇନ୍ କରିଥିଲେ ହେଲେ ପର ଦିନ ଖବରକାଗଜରେ ଆଉ ଜଣେ ଅଭିନେତ୍ରୀ ସେହି ଫିଲ୍ମ ଅଫର୍ ପାଇଛନ୍ତି ବୋଲି ଦେଖି ଖୁବ ଭାଙ୍ଗି ପଡିଥିଲେ ଅଦା । ତେବେ ସିନେମା ଜଗତ ସହ ବଞ୍ଚିବା ପାଇଁ ହେଲେ ପ୍ରତ୍ୟାଖ୍ୟାନକୁ ମଧ୍ୟ ଖୁସିରେ ଗ୍ରହଣ କରିବାକୁ ପଡ଼ିବ ବୋଲି କହିଛନ୍ତି ଅଭିନେତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+