Get Updates
Get notified of breaking news, exclusive insights, and must-see stories!

୯୭ତମ ଓସ୍କାର ପୁରସ୍କାର: ଦେଖନ୍ତୁ ବିଜେତାଙ୍କ ତାଲିକା ..

ଏଣ୍ଟରଟେନମେଣ୍ଟ ଦୁନିଆର ସବୁଠାରୁ ବଡ ଆଓ୍ବାର୍ଡ ଓସ୍କାର । ଏହି ଆଓ୍ବାର୍ଡକୁ ପାଇବା ନେଇ ସମସ୍ତ କଳାକାରଙ୍କ ସ୍ବପ୍ନ ରହିଥାଏ । ୨୦୨୫ ଅର୍ଥାତ ୯୭ତମ ଓସ୍କାର ପୁରସ୍କାର ଘୋଷଣା ହୋଇଛି । ଚଳିତବର୍ଷ ଏହି ଏକାଡେମୀ ପୁରସ୍କାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି ।

ଏହି ୯୭ତମ ଓସ୍କାର ପୁରସ୍କାର ମାର୍ଚ୍ଚ ୩ରେ ଭାରତୀୟ ସମୟ ସକାଳ ୫:୩୦ ରେ ଆମେରିକାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ଅଫ୍ ମୋସନ ପିକଚର୍ସ ଆର୍ଟସ ଆଣ୍ଡ ସାଇନ୍ସେସ ଶ୍ରେଷ୍ଠ ଆନିମେଟେଡ ଫିଚର ଫିଲ୍ମ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ସମେତ ଅନେକ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । ହଲିଉଡ ଅଭିନେତା କିରନ କଲକିନ ଶ୍ରେଷ୍ଠ ସହାୟକ ଅଭିନେତାର ପୁରସ୍କାର ଜିତିଛନ୍ତି । 'ଅନୋରା' ଏକାଡେମୀ ପୁରସ୍କାର ମଞ୍ଚରେ ନିଜର ଯାଦୁ ଦେଖାଇଛି ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ପୁରସ୍କାର ଜିତିଛି । ଏଡ୍ରିଆନ୍ ବ୍ରୋଡି ଶ୍ରେଷ୍ଠ ନାୟକ ଭୂମିକାରେ ଅଭିନେତା ପୁରସ୍କାର ଜିତିଛନ୍ତି, ଏବଂ ମିକେଲା ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ।

Oscars 2025 Winners

ଚଳିତବର୍ଷର ଓସ୍କାର ବିଜେତାଙ୍କ ତାଲିକା...

ଶ୍ରେଷ୍ଠ ଚଳଚ୍ଚିତ୍ର- ଆନୋରା
ଶ୍ରେଷ୍ଠ ଅଭିନେତା - ଆଡ୍ରିଏନ୍ ବ୍ରୋଡି (ଚଳଚ୍ଚିତ୍ର: ଦି ବ୍ରୁଟାଲିଷ୍ଟ)
ଶ୍ରେଷ୍ଠ ଅଭିନେତ୍ରୀ - ମିକେଲା ମ୍ୟାଡିସନ୍ (ଚଳଚ୍ଚିତ୍ର: ଆନୋରା)
ଶ୍ରେଷ୍ଠ ନିର୍ଦ୍ଦେଶକ - ସିଆନ୍ ବେକର (ଚଳଚ୍ଚିତ୍ର: ଆନୋରା)
ଶ୍ରେଷ୍ଠ ଆକ୍ସନ୍ ଲାଇଭ୍ ସର୍ଟ ଫିଲ୍ମ - ଆଇ ଏମ୍ ନଟ ଏ ରୋବୋଟ୍
ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ - ଆଇ ଏମ୍ ଷ୍ଟିଲ୍ ହିୟର
ଶ୍ରେଷ୍ଠ ସିନେମାଟୋଗ୍ରାଫି - ଦି ବ୍ରୁଟାଲିଷ୍ଟ
ମୂଳ ସ୍କୋର - ଦି ବ୍ରୁଟାଲିଷ୍ଟ
ଡକ୍ୟୁମେଣ୍ଟାରୀ ଫିଚର୍ ଫିଲ୍ମ - ନୋ ଅଦର ଲ୍ୟାଣ୍ଡ
ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର - ଦ ଓନଲି ଗାର୍ଲ ଅନ ଦି ଅର୍କେଷ୍ଟ୍ରା
ଶ୍ରେଷ୍ଠ ସହାୟକ ଅଭିନେତ୍ରୀ - ଜୋ ସାଲଡାନା (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)
ଶ୍ରେଷ୍ଠ ମୌଳିକ ଗୀତ - ଏଲ୍ ମାଲ୍ (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)
ଶ୍ରେଷ୍ଠ ସହାୟକ ଅଭିନେତା - କିରନ କଲକିନ୍ (ଚଳଚ୍ଚିତ୍ର: ଦି ରିଅଲ୍ ପେନ୍)
ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ - ଫ୍ଲୋ
ଶ୍ରେଷ୍ଠ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର - ଇନ ଦ ଶ୍ୟାଡୋ ଅଫ ଦ ସାଇପ୍ରେସ
ଶ୍ରେଷ୍ଠ ପୋଷାକ ଡିଜାଇନ୍ - ପଲ ତାଜେୱେଲ୍ (ଚଳଚ୍ଚିତ୍ର: ୱିକେଟ୍)
ଶ୍ରେଷ୍ଠ ଚିତ୍ରନାଟ୍ୟ - ଆନୋରା
ଶ୍ରେଷ୍ଠ ଅନୁକୂଳିତ ଚିତ୍ରନାଟ୍ୟ - ପିଟର ଷ୍ଟ୍ରାଘାନ୍ (ଚଳଚ୍ଚିତ୍ର: କନକ୍ଲେଭ୍)
ଚଳଚ୍ଚିତ୍ର ସମ୍ପାଦନା - ଆନୋରା
ଶ୍ରେଷ୍ଠ ଶବ୍ଦ - ଡୁନ୍: ପାର୍ଟ 2
ଶ୍ରେଷ୍ଠ VFX - ଡୁନ୍: ପାର୍ଟ 2
ଓସ୍କାର ହେଉଛି ଚଳଚ୍ଚିତ୍ର ଜଗତର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର। ଏହି ପୁରସ୍କାର ପ୍ରତିବର୍ଷ ଏକାଡେମୀ ଅଫ୍ ମୋସନ୍ ପିକଚର୍ସ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଦ୍ୱାରା ପ୍ରଦାନ କରାଯାଏ। ୨୦୨୩ ମସିହାରେ, ପ୍ରଯୋଜକ ଗୁନୀତ ମୋଙ୍ଗାଙ୍କ ଫିଲ୍ମ 'ଦି ଏଲିଫ୍ୟାଣ୍ଟ ହ୍ୱିସପର୍ସ' ସର୍ବୋତ୍ତମ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ବର୍ଗରେ ପୁରସ୍କାର ଜିତିଥିଲା। ଏଥର ମଧ୍ୟ ଗୁନୀତ ମୋଙ୍ଗାଙ୍କ ଫିଲ୍ମ 'ଅନୁଜା' ଏହି ପୁରସ୍କାର ଜିତିବା ପାଇଁ ଦୌଡ଼ରେ ଥିଲା। ଏହା ଶ୍ରେଷ୍ଠ ଆକ୍ସନ୍ ଲାଇଭ୍ ଫିଲ୍ମ ବର୍ଗରେ ମନୋନୀତ ହୋଇଥିଲା। ଏହି ବର୍ଗରେ 'ଆଇ ଆମ୍ ନଟ୍ ଏ ରୋବୋଟ୍' ଚଳଚ୍ଚିତ୍ର ଜିତିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+