RRR ପରେ ଦୀପିକା ବଢାଇଲେ ଭାରତର ଗୌରବ, ଓସ୍କାରରେ ତୁଳାଇବେ ବଡ଼ ଦାୟିତ୍ୱ
Oscars 2023:୯୫ତମ ଓସ୍କାର ପୁରସ୍କାର ପାଇଁ ଦୀପିକାଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ । ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର କଥା । ଚଳିତ ବର୍ଷ ଓସ୍କାର ଆୱାର୍ଡ ସମାରୋହରେ ଉପସ୍ଥାପିକା ସାଜିବେ ଦୀପିକା ପାଦୁକୋଣ ।

Oscars 2023: ବଲିଉଡର ନମ୍ବର ୱାନ୍, ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋଣ । ନିଜ ଅଭିନୟରେ ସେ କରନ୍ତି ଦର୍ଶକଙ୍କୁ ମତୁଆଲା । ଏବେ ହଲିଉଡରେ ମଧ୍ୟ ରାଜ୍ କରିବେ ଦୀପିକା । ୯୫ତମ ଓସ୍କାର ପୁରସ୍କାର ପାଇଁ ମିଳିଛି ଏକ ବଡ଼ ଦାୟିତ୍ୱ । ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର କଥା । ଆଜ୍ଞା ହଁ ଚଳିତ ବର୍ଷ ଓସ୍କାର ଆୱାର୍ଡ ସମାରୋହରେ ଉପସ୍ଥାପିକା ସାଜିବେ ଦୀପିକା ପାଦୁକୋଣ ।
ଅଭିନେତ୍ରୀଙ୍କ ନାଁ ୯୫ତମ ଓସ୍କାର ପୁରସ୍କାର ପାଇଁ ପ୍ରଜେଣ୍ଟର ଲିଷ୍ଟରେ ସାମିଲ କରାଯାଇଛି । ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଦୀପିକା ଓସ୍କାର ୨୦୨୩ର ପ୍ରେଜେଣ୍ଟର୍ସମାନଙ୍କ ନାଁ ସାମିଲ ଥିବା ଏକ ଲିଷ୍ଟ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ, ରିଜ୍ ଅହମଦ, ଡୁଏନ୍ ଜନସନ୍, ଜେନିଫର କନେଲି, ଏରିୟାନା ଡିବୋସ, ଏମିଲି ବ୍ଲଣ୍ଟ, ଗ୍ଲେନ୍ କ୍ଲୋଜ, ସାମୁଏଲ୍ ଏଲ୍ ଜ୍ୟାକ୍ସନ, ମାଇକଲ ବି ଜର୍ଡନ୍ସ ଟ୍ରାକ୍ କୋତ୍ସାରୁ, ଜୋନାଥନ ମେଜର୍ସ, ମେଲିସା କ୍ୟାକ୍କର୍ଥି, ଜେନେଲ ମୋନାଏ, କ୍ୱେଷ୍ଟଲବ, ଜୋ ସଲଦାନା, ଏବଂ ଡୋନି ୟେନଙ୍କ ସମେତ ଭାରତୀୟ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ
ସାମିଲ ଅଛି ।
ସୂଚନା ଅନୁସାରେ, ଆସନ୍ତା ୧୨ ତାରିଖରେ ଲସ୍ ଏଞ୍ଜଲିସର ଡଲବି ଥିଏଟରରେ ଅନୁଷ୍ଠିତ ହେବା ପାଇଁ ଯାଉଁଛି ୯୫ ତମ ଏକାଡେମୀ ପୁରସ୍କାର ବା ଓକ୍ସାର ଆୱାର୍ଡ ଶୋ । ଚଳିତ ଥର ଓକ୍ସାରରେ ଭାରତର ତିନୋଟି ଫିଲ୍ମ ନମିନେଟ୍ ହୋଇଛି । ଏସଏସ ରାଜାମୌଲୀଙ୍କ ଫିଲ୍ମ
ଟ୍ରିପଲ୍ ଆରର 'ନାଟୁ ନାଟୁ'ଗୀତକୁ ବେଷ୍ଟ ଅରିଜିନାଲ ଗୀତ ପାଇଁ ନୋମିନେଟ୍ କରାଯାଇଛି, ସେହିପରି ଶୌନକ ସେନଙ୍କ 'ଆଲ୍ ଦାଟ୍ ବ୍ରେଥ୍'କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍ ଫିଲ୍ମ ପାଇଁ ନୋମିନେଟ୍ କରାଯାଇଛି ।












Click it and Unblock the Notifications