ଷ୍ଟେଜରେ ଚଢି ଓସ୍କାର ବିଜେତା ଏ ଆର୍ ରହମାନଙ୍କ କନ୍ସର୍ଟକୁ ଅଧାରୁ ବନ୍ଦ କଲା ପୋଲିସ, ଜାଣନ୍ତୁ କାରଣ
AR Rahman Music Concert Pune:ବିଶ୍ୱ ପ୍ରସିଦ୍ଧ ଗାୟକ ତଥା ମ୍ୟୁଜିକ୍ କମ୍ପୋଜର ଏ ଆର୍ ରହମାନଙ୍କ ଲାଇଭ୍ ମ୍ୟୁଜିକ୍ କନ୍ସର୍ଟକୁ ଅଧାରେ ବନ୍ଦ କଲା ପୁଣେ ପୋଲିସ । ମିଡିଆ ରିପୋର୍ଟ ଅନୁସାରେ, ଓସ୍କାର ବିଜେତା ଗାୟକ ଏ ଆର୍ ରହମାନ ୩୦ ଏପ୍ରିଲ ୨୦୨୩ ଅର୍ଥାତ୍ ରବିବାର ଦିନ ମହାରାଷ୍ଟ୍ରର ପୁଣେରେ ଏକ ଲାଇଭ୍ ମ୍ୟୁଜିକ୍ କନ୍ସର୍ଟ କରୁଥିବା ବେଳେ ପୋଲିସ ଷ୍ଟେଜ ଉପରକୁ ଯାଇ ପ୍ରୋଗ୍ରାମକୁ ଅଧାରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ।
ପୋଲିସ ଆର୍ ରହମାନଙ୍କ କନସର୍ଟରେ ପହଞ୍ଚିଥିଲା
ANI ରିପୋର୍ଟ ଅନୁସାରେ, ୩୦ ଏପ୍ରିଲ 2023ରେ, ଓସ୍କାର ବିଜେତା ଗାୟକ ଏ ଆର୍ ରହମାନ ମହାରାଷ୍ଟ୍ରର ପୁଣେର ରାଜ ବାହାଦୂର ମିଲ୍ ଅଞ୍ଚଳରେ ଏକ ଲାଇଭ୍ ମ୍ୟୁଜିକ୍ କନ୍ସର୍ଟରେ ଗୀତ ଗାଉଥିଲେ । ତାଙ୍କ ଲାଇଭ୍ କନ୍ସର୍ଟରେ ଲୋକଙ୍କର ନାହିଁ ନଥିବା ଭିଡ଼ ଦେଖିବା ଜମି ଥିଲା । ନିଜ ସୁନ୍ଦର, ଯାଦୁକରୀ ସ୍ୱରରେ ସେ ଲୋକଙ୍କର ମନୋରଞ୍ଜନ କରୁଥିଲେ ହେଲେ ଇଭେଣ୍ଟ ଅଧାରୁ ହିଁ ପୋଲିସ ପହଁଞ୍ଚି ଲାଇଭ୍ ମ୍ୟୁଜିକ୍ କନ୍ସର୍ଟକୁ ବନ୍ଦ କରିଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏ.ଆର୍ ରହମାନଙ୍କ ଏହି ଲାଇଭ୍ ମ୍ୟୁଜିକ୍ କନ୍ସର୍ଟ ପାଇଁ ଆୟୋଜକମାନେ ରାତି ୧୦ଟା ପରେ ପ୍ରଦର୍ଶନ କରିବାକୁ ପ୍ରଶାସନଠାରୁ କୌଣସି ଅନୁମତି ନେଇ ନଥିଲେ । ଯେଉଁଥି ପାଇଁ ପୋଲିସକୁ ଏହି କନସର୍ଟ ବନ୍ଦ କରିବାକୁ ପଡିଥିଲା। ପୋଲିସ ଅଧିକାରୀ ମଞ୍ଚ ଉପରକୁ ଯାଇ ରହମାନଙ୍କର ଏହି କନସର୍ଟକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିୟମ ଅନୁସାରେ, କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିବାକୁ ପଡିଲା ଏବଂ ଏ ଆର୍ ରହମାନ ମଧ୍ୟ କିଛି ନ କହି ସେହି ସ୍ଥାନ ଛାଡିଥିଲେ ।
ଏ ଆର୍ ରହମାନ ସେହି ସମୟରେ ତାଙ୍କର ଶେଷ ଗୀତ ଗାଉଥିଲେ ଏବଂ ଗୀତ ଗାଇବାବେଳେ ସେ ଜାଣି ନଥିଲେ ଯେ ରାତି ୧୦ ଟା ହୋଇଯାଇଥିଲା ବୋଲି । ତେଣୁ ସେହି ସମୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପୋଲିସ୍ କର୍ମଚାରୀମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମୟ ସୀମା ବିଷୟରେ ଆୟୋଜକମାନଙ୍କୁ ଅବଗତ କରାଇଥିଲେ ଏବଂ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା।












Click it and Unblock the Notifications