ଅନଲାଇନ ଠକାମିର ଶିକାର ହେଲେ 'ଅଙ୍ଗୁରୀ ଭାବି', ଆକାଉଣ୍ଟରୁ ଗାୟବ୍ ହେଲା ଟଙ୍କା
ଅନଲାଇନ ଠକାମିର ଶିକାର ହେଲେ 'ଅଙ୍ଗୁରୀ ଭାବି', ଆକାଉଣ୍ଟରୁ ଗାୟବ୍ ହେଲା ଟଙ୍କା
ମୁମ୍ବାଇ: ଠକାମିର ଶିକାର ହେଲେ 'ଅଙ୍ଗୁରୀ ଭାବି' । ଆକାଉଣ୍ଟରୁ ଗାୟବ୍ ହେଲା ଟଙ୍କା । ଫ୍ୟାଶନ୍ ଆପରୁ ଅନଲାଇନ୍ ଜିନିଷ କିଣି ଫସିଲେ ଟେଲିଅଭିନେତ୍ରୀ । ଦିନକୁ ଦିନ ବୃଦ୍ଧି ପାଉଛି ସାଇବର କ୍ରାଇମ୍ । ଯାହାର ଶିକାର ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲେବ୍ରିଟି ମଧ୍ୟ ହେଉଛନ୍ତି । ଏବେ ଏହି ଠକଙ୍କ ଜାଲରେ ପଡିଛନ୍ତି ଟେଲି ଅଭିନେତ୍ରୀ 'ଭାବିଜୀ ଘର ପର ହୈ' ଫେମ୍ ଶୁଭାଙ୍ଗୀ ଅତ୍ରେ ଓରଫ ଅଙ୍ଗୁରୀ ଭାବି । ଏହି ବିଷରେ ସେ ନିଜେ ହିଁ ସୂଚନା ଦେଇଛନ୍ତି ।

ଟାଇମ୍ସ ଅଫ୍ ଇଣ୍ତିଆ ସହ ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି ସେପ୍ଟେମ୍ବର ୮ ତାରିଖରେ ସେ ଏକ ଜଣାଶୁଣା ଫ୍ୟାଶନ୍ ଆପ୍ ବ୍ୟବହାର କରି କିଛି ଅନ୍ଲାଇନ୍ ଜିନିଷ ଅର୍ଡର କରିଥିଲେ। ଏହାପରେ ତୁରନ୍ତ ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା । ଫୋନ୍ରେ ତାଙ୍କୁ ଘରର ଠିକଣା ପଚାରାଯାଇଥିଲା । ଏହା ସହ ସେହି ଆପ୍ ନେଇ ତାଙ୍କ ଅଭିଜ୍ଞତା କିଭଳି ରହିଛି ବୋଲି ମଧ୍ୟ ପଚରାଯାଇଥିଲା । ଦୁଇ ଜଣ ଝିଅ ଓ ୨ ଜଣ ବ୍ୟକ୍ତି ତାଙ୍କ ସହ କଥା ହୋଇଥିଲେ । ଯାହା ପରେ ଶୁଭାଙ୍ଗିକୁ କିଛି ପ୍ରଡକ୍ଟ ଫ୍ରିରେ ଦେବା କଥା ୨ ବ୍ୟକ୍ତି କହିଥିଲେ । ହେଲେ ଏଥିପାଇଁ କେବଳ ଜିଏସଟି ଭରିବା ପାଇଁ ପଡିବ ବୋଲି ତାଙ୍କୁ କହାଯାଇଥିଲା । ଯେଉଁଥି ପାଇଁ ସେ ଜିଏସଟି ବାବଦରେ କିଛି ଟଙ୍କା ଭରିଥିଲେ । ଯାହା ପରେ ତାଙ୍କ ଆକାଣ୍ଟରୁ ମୋଟା ଅଙ୍କର ଟଙ୍କା ଗାଏବ ହୋଇଯାଇଥିଲା ଥରେ ନୁହେଁ ଅନେକ ଥର ହୋଇଥିଲା ଟ୍ରାଞ୍ଜେକସନ୍ । ଏହି ମାମଲାକୁ ନେଇ ଅଭିନେତ୍ରୀ ଅଭିଯୋଗ ମଧ୍ୟ କରିଛନ୍ତି । ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ସାଇବର୍ ପୁଲିସରେ ଏକ ଏତଲା ଦେଇଛନ୍ତି ଶୁଭାଙ୍ଗି । ନିଜ ପ୍ରଶଂସକଙ୍କୁ ମଧ୍ୟ ସଚେତନ କରିଛନ୍ତି ଅଭିନେତ୍ରୀ ।












Click it and Unblock the Notifications